ଓଡିଶା

odisha

ETV Bharat / sports

Tokyo Olympics: ସ୍ବର୍ଣ୍ଣ ପଦକ ବିଜେତାଙ୍କୁ IOA ଦେବ ୭୫ଲକ୍ଷ - ଭାରତୀୟ ଅଲମ୍ପିକ ଆସୋସିଏସ

ଟୋକିଓ ୨୦୨୦ ଖେଳରେ ପଦକ ବିଜେତା ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଭାରତୀୟ ଅଲମ୍ପିକ ଆସୋସିଏସନ (IOA) । ଅଧିକ ପଢନ୍ତୁ...

Tokyo Olympics: IOA announces Rs 75 lakh cash award for gold medal winners
Tokyo Olympics: ସ୍ବର୍ଣ୍ଣ ପଦକ ବିଜେତାଙ୍କୁ IOA ଦେବ ୭୫ଲକ୍ଷ ପୁରସ୍କାର

By

Published : Jul 22, 2021, 9:39 PM IST

ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକ୍ସକୁ ଆଉ ମାତ୍ର କିଛି ଘଣ୍ଟା ବାକିଥିବାବେଳେ ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ର ବଡ ଘୋଷଣା । ଟୋକିଓ ୨୦୨୦ ଖେଳରେ ପଦକ ବିଜେତା ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ସଂଘ । ଜାପାନର ରାଜଧାନାୀ ଟୋକିଓରେ ଜୁଲାଇ ୨୩(ଶୁକ୍ରବାର)ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅଲମ୍ପିକ ଖେଳାଯିବା ନେଇ ସୂଚୀ ରହିଛି ।

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଅଲମ୍ପିକ ଟିମର ଆଥଲେଟ୍‌ସଙ୍କୁ ଉତ୍ସାହିତ କରିବାକୁ IOA ଆର୍ଥିକ ପୁରସ୍କାର ଘୋଷଣା କରିଛି । ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ୭୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୪୦ ଲକ୍ଷ ଓ ବ୍ରୋଞ୍ଜ ପଦକ ବିଜେତା ଖେଳାଳିଙ୍କୁ ୨୫ ଲକ୍ଷ ପୁରସ୍କାର ଦେବ ଅଲମ୍ପିକ ସଂଘ ।

ଏଥିସହ ଟୋକିଓ ଅଲମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିଥିବା ସମସ୍ତ ଆଥଲେଟ୍‌ଙ୍କୁ ୧ ଲକ୍ଷ ଲେଖାଏଁ ଦେବ ଭାରତୀୟ ଅଲମ୍ପିକ ଆସୋସିଏସନ ।

ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ୧୫ ଲକ୍ଷ ଲେଖାଏଁ ପୁରସ୍କାର ଦେବ ଅଲମ୍ପିକ ସଂଘ ।

ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲମ୍ପିକ୍ସରେ ମୋଟ ୧୨୭ ଭାରତୀୟ ଆଥଲେଟ୍‌ ଦେଶର ପ୍ରତିନିଧିତ୍ବ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details