ଓଡିଶା

odisha

ETV Bharat / sports

Tokyo Olympics: ଜାଣନ୍ତୁ କେବେ ଦୌଡିବେ ଦୂତୀ, ଭାରତୀୟ ହକି ଦଳର ମ୍ୟାଚ୍‌ ସମୟ - India's Hockey Matches

ପୁରୁଷ ହକି, ମହିଳା ହକି, ପାରା-ବ୍ୟାଡମିଣ୍ଟନ ଓ ଦୌଡକୁଦ ପ୍ରତିଯୋଗିତାରେ ଦମ ଦେଖାଇବେ ଓଡିଆ ଆଥଲେଟ୍‌ । ଜୁଲାଇ ୩୦ରୁ ଆଥଲେଟିକ୍ସ ଇଭେଣ୍ଟ ଆରମ୍ଭ ହେବ ଓ ଦୂତୀ ଚାନ୍ଦ ପ୍ରଥମ ଦିନ ଆକ୍ସନରେ ନଜର ଆସିବେ । ଅଧିକ ପଢନ୍ତୁ...

Tokyo Olympics: Here Are Dates & Timings Of Dutee's Races & India's Hockey Matches
Tokyo Olympics: ଜାଣନ୍ତୁ କେବେ ଦୌଡିବେ ଦୂତୀ, ଭାରତୀୟ ହକି ଦଳର ମ୍ୟାଚ୍‌ ସମୟ

By

Published : Jul 19, 2021, 10:28 PM IST

ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି ବିଶ୍ବକ୍ରୀଡାର ମହାକୁମ୍ଭ ଅଲମ୍ପିକ । ଗତବର୍ଷ ମହାମାରୀ COVID-19 ସଂକ୍ରମଣ ଭୟ ଯୋଗୁଁ ଏହି ମେଗା ବହୁଦେଶୀୟ ପ୍ରତିଯୋଗିତା ସ୍ଥଗିତ ରହିଥିଲା । ମାତ୍ର ଚଳିତ ସପ୍ତାହରୁ( ଶୁକ୍ରବାର) ଠାରୁ ଆରମ୍ଭ ହେବାନେଇ ସୂଚୀ ରହିଛି । ମଞ୍ଚ ପ୍ରସ୍ତୁତ, କ୍ଷେତ୍ର ପ୍ରସ୍ତୁତ ଅପେକ୍ଷା କେବଳ ଜୁଲାଇ ୨୩କୁ । ବିଶ୍ବର ଶ୍ରେଷ୍ଠ କ୍ରୀଡାବିତମାନେ ନିଜ ଦେଶର ପ୍ରତିନିଧିତ୍ବ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ପୁରୁଷ ହକି, ମହିଳା ହକି, ପାରା-ବ୍ୟାଡମିଣ୍ଟନ ଓ ଦୌଡକୁଦ ପ୍ରତିଯୋଗିତାରେ ଦମ ଦେଖାଇବେ ଓଡିଆ ଆଥଲେଟ୍‌ ।

ଜୁଲାଇ ୩୦ରୁ ଆଥଲେଟିକ୍ସ ଇଭେଣ୍ଟ ଆରମ୍ଭ ହେବ ଓ ଦୂତୀ ଚାନ୍ଦ ପ୍ରଥମ ଦିନ ଆକ୍ସନରେ ନଜର ଆସିବେ । ଭାରତୀୟ ସମୟ ସକାଳ ୮.୧୦ ରୁ ୮.୫୮ ମଧ୍ୟରେ ମହିଳା ୧୦୦ ମିଟର ପ୍ରଥମ ରାଉଣ୍ଡ ହିଟ୍‌ସରେ ଦୂତୀ ଦୌଡିବାର ସୂଚୀ ରହିଛି । ଏଥିରେ ମୋଟ ୭ଜଣ ମହିଳା ପ୍ରତିଯୋଗୀ ରହିଛନ୍ତି ।

ପ୍ରଥମ ରାଉଣ୍ଡକୁ ଯଦି ଦୂତୀ ପାର୍‌ କରନ୍ତି, ତେବେ ଅଲମ୍ପିକ ଷ୍ଟାଡିୟମର ଟ୍ରାକ୍‌ରେ ଜୁଲାଇ ୩୧ରେ ମହିଳା ୧୦୦ ମିଟର ସେମିଫାଇନାଲରେ ନଜର ଆସିବେ । ଅପରାହ୍ନ ୩.୪୫ରୁ ୪.୦୦ ମଧ୍ୟରେ ୩ଟି ସେମିଫାଇନାଲ ରେସ୍‌ ସୂଚୀ ରହିଛି ।

ଯଦି ପ୍ରଭୁ ଜଗନ୍ନାଥଙ୍କ ଆଶିଷ, ଓଡିଶାବାସୀ ଓ ଭାରତୀୟଙ୍କ ପ୍ରାର୍ଥନା ବଳରେ ଦୂତୀ ଯୋଗ୍ୟତା ଅର୍ଜନ କରନ୍ତି, ତେବେ ସନ୍ଧ୍ୟା ୬.୨୦ରେ ମହିଳା ୧୦୦ ମିଟର ଫାଇନାଲରେ ନଜର ଆସିବେ ।

ପରେ ଗୋଟିଏ ଦିନର ବିଶ୍ରାମ ପରେ ଷ୍ଟାର ଭାରତୀୟ ଧାବିକା ମହିଳା ୨୦୦ ମିଟର ପ୍ରଥମ ରାଉଣ୍ଡ ହିଟ୍‌ସରେ ଅଂଶଗ୍ରହଣ କରିବେ । ଯାହାକି ଅଗଷ୍ଟ ୨ରେ ସକାଳ ୭.୦୦ଟାରୁ ୭.୪୮ ମଧ୍ୟରେ ଅନୁଷ୍ଠିତ ହେବାନେଇ ସୂଚୀ ରହିଛି । ସମାନ ଦିନ ସେମିଫାଇନାଲ ରେସ୍‌ ମଧ୍ୟ ଅପରାହ୍ନ ୩.୫୫ରୁ ୪.୦୯ ମଧ୍ୟରେ ହେବାନେଇ ସୂଚୀ ରହିଛି ।

ମହିଳା ୨୦୦ ମିଟର ଫାଇନାଲ ଅଗଷ୍ଟ ୩ ସନ୍ଧ୍ୟା ୬.୨୦ରେ ହେବାନେଇ ସୂଚୀ ରହିଛି । ଭାରତୀୟ ହକି ଟିମର ମ୍ୟାଚ ଦେଖିବାକୁ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଓଡିଶାବାସୀ । କାରଣ ପୁରୁଷ ଓ ମହିଳା ଅଲମ୍ପିକ ଦଳରେ ମୋଟ ୪ଜଣ ଓଡିଆ ଖେଳାଳି ରହିଛନ୍ତି ।

ପୁରୁଷ ହକି ଦଳରେ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ରହିଛନ୍ତି ଓ ଅନ୍ୟପଟେ ମହିଳା ହକି ଦଳରେ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ରହିଛନ୍ତି । ଉଭୟ ଓ ପୁରୁଷ ଓ ମହିଳା ଭାରତୀୟ ହକି ଦଳ ଜୁଲାଇ ୨୪ରେ ଯଥାକ୍ରମେ ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ ।

ସେହିପରି ଅଲମ୍ପିକ ଖେଳ ଶେଷ ପରେ ପାରା ଅଲମ୍ପିକ୍ସରେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅନ୍ୟତମ ଓଡିଆ ଖେଳାଳି ଭାବେ ଟୋକିଓରେ ଭାରତର ପ୍ରତିନିଧିତ୍ବ କରିବେ ।

ସୋନି ସ୍ପୋର୍ଟ୍ସ ନେଟୱାର୍କର ବିଭିନ୍ନ ଚ୍ୟାନେଲରେ ଅଲମ୍ପିକ ଖେଳ ଲାଇଭ ପ୍ରସାରିତ ହେବ ।

ନଜର ପକାନ୍ତୁ ପ୍ରମୁଖ ମ୍ୟାଚର ପ୍ରସାରଣ ସମୟ ଉପରେ--

ଉଦ୍‌ଘାଟନୀ ଉତ୍ସବ: ଜୁଲାଇ ୨୩ - ଅପରାହ୍ନ ୪.୩୦ରୁ ଆରମ୍ଭ

ଦୂତୀ ଚାନ୍ଦ, ମହିଳା ୧୦୦ ମିଟର ରାଉଣ୍ଡ ୧ ହିଟ୍‌ସ: ଜୁଲାଇ ୩୦ - ସକାଳ ୮.୧୦ରୁ ୮.୫୮ ମଧ୍ୟରେ

ଦୂତୀ ଚାନ୍ଦ, ମହିଳା ୧୦୦ ମିଟର ସେମିଫାଇନାଲ(ଯଦି ଯୋଗ୍ୟତା ଅର୍ଜନ କରନ୍ତି ): ଜୁଲାଇ ୩୧ - ଅପରାହ୍ନ ୩.୪୫ରୁ ଅପରାହ୍ନ ୪.୦୦ ମଧ୍ୟରେ

ଦୂତୀ ଚାନ୍ଦ, ମହିଳା ୧୦୦ ମିଟର ଫାଇନାଲ(ଯଦି ଯୋଗ୍ୟତା ଅର୍ଜନ କରନ୍ତି): ଜୁଲାଇ ୩୧, ସନ୍ଧ୍ୟା ୬.୨୦ରୁ ଆରମ୍ଭ

ଦୂତୀ ଚାନ୍ଦ, ମହିଳା ୨୦୦ ମିଟର ରାଉଣ୍ଡ ୧ ହିଟ୍‌ସ: ଅଗଷ୍ଟ ୨ - ସକାଳ ୭.୦୦ଟାରୁ ୭.୪୮ ମଧ୍ୟରେ

ଦୂତୀ ଚାନ୍ଦ, ମହିଳା ୨୦୦ ମିଟର ସେମିଫାଇନାଲ (ଯଦି ଯୋଗ୍ୟତା ଅର୍ଜନ କରନ୍ତି): ଅଗଷ୍ଟ ୨ ଅପରାହ୍ନ ୩.୫୫ରୁ ୪.୦୯ ମଧ୍ୟରେ

ଦୂତୀ ଚାନ୍ଦ, ମହିଳା ୨୦୦ ମିଟର ଫାଇନାଲ (ଯଦି ଯୋଗ୍ୟତା ଅର୍ଜନ କରନ୍ତି): ଅଗଷ୍ଟ ୩- ସନ୍ଧ୍ୟା ୬.୨୦ରୁ ଆରମ୍ଭ

ପୁରୁଷ ହକି, ଭାରତ ବନାମ ନ୍ୟୁଜିଲାଣ୍ଡ: ଜୁଲାଇ ୨୪ -ସକାଳ ୬.୩୦

ମହିଳା ହକି, ଭାରତ ବନାମ ନେଦରଲାଣ୍ଡ: ଜୁଲାଇ ୨୪ - ସନ୍ଧ୍ୟା ୫.୧୫

ପୁରୁଷ ହକି, ଭାରତ ବନାମ ଅଷ୍ଟ୍ରେଲିଆ: ଜୁଲାଇ ୨୫ - ଅପରାହ୍ନ ୩

ମହିଳା ହକି, ଭାରତ ବନାମ ଜର୍ମାନୀ: ଜୁଲାଇ ୨୬ - ସନ୍ଧ୍ୟା ୬.୪୫

ପୁରୁଷ ହକି, ଭାରତ ବନାମ ସ୍ପେନ୍‌: ଜୁଲାଇ ୨୭ - ସକାଳ ୬.୩୦

ମହିଳା ହକି, ଭାରତ ବନାମ ବ୍ରିଟେନ: ଜୁଲାଇ ୨୮ - ସକାଳ ୬.୩୦

ପୁରୁଷ ହକି, ଭାରତ ବନାମ ଆର୍ଜେଣ୍ଟିନା: ଜୁଲାଇ ୨୯ - ସକାଳ ୬.୦୦

ମହିଳା ହକି, ଭାରତ ବନାମ ଆୟରଲାଣ୍ଡ: ଜୁଲାଇ ୨୯ - ସକାଳ ୮.୧୫

ପୁରୁଷ ହକି, ଭାରତ ବନାମ ଜାପାନ: ଜୁଲାଇ ୩୦ - ଅପରାହ୍ନ ୩.୦୦

ମହିଳା ହକି, ଭାରତ ବନାମ ଦକ୍ଷିଣ ଆଫ୍ରିକା: ଜୁଲାଇ ୩୧ - ସକାଳ ୮.୪୫

ପୁରୁଷ ହକି, କ୍ବାର୍ଟର ଫାଇନାଲ (ଯଦି ଉନ୍ନୀତ ହୁଅନ୍ତି): ଅଗଷ୍ଟ ୧

ମହିଳା ହକି, କ୍ବାର୍ଟର ଫାଇନାଲ (ଯଦି ଉନ୍ନୀତ ହୁଅନ୍ତି): ଅଗଷ୍ଟ ୨

ପୁରୁଷ ହକି, ସେମିଫାଇନାଲ (ଯଦି ଉନ୍ନୀତ ହୁଅନ୍ତି): ଅଗଷ୍ଟ ୪

ପୁରୁଷ ହକି, ବ୍ରୋଞ୍ଜ ପ୍ଲେ-ଅଫ ଓ ଫାଇନାଲ (ଯଦି ଉନ୍ନୀତ ହୁଅନ୍ତି)- ଅଗଷ୍ଟ ୫

ମହିଳା ହକି, ବ୍ରୋଞ୍ଜ ପ୍ଲେ-ଅଫ ଓ ଫାଇନାଲ (ଯଦି ଉନ୍ନୀତ ହୁଅନ୍ତି)- ଅଗଷ୍ଟ ୬

ଉଦ୍‌ଯାପନୀ ଉତ୍ସବ: ଅଗଷ୍ଟ ୮ - ୪.୩୦ରୁ ଆରମ୍ଭ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details