ଓଡିଶା

odisha

ETV Bharat / sports

ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ - ନୀରଜ ଚୋପ୍ରା ପରମ ବିଶିଷ୍ଟ ସେବା ମେଡାଲ

ଗଣତନ୍ତ୍ର ଦିବସରେ ଅଲମ୍ପିଆନ ତଥା ୪ ରାଜପୁତାନା ରାଇଫଲର ସୁବେଦାର ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ । ନୀରଜ ଚୋପ୍ରା ଅଲମ୍ପିକ୍‌ସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରଥମ ଟ୍ରାକ୍‌ ଓ ଫିଲ୍ଡ ଆଥଲେଟ୍‌ । ଅଧିକ ପଢନ୍ତୁ

Param Vishisht Seva Medal
ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ

By

Published : Jan 25, 2022, 4:55 PM IST

Updated : Jan 25, 2022, 5:17 PM IST

ନୂଆଦିଲ୍ଲୀ:ଗଣତନ୍ତ୍ର ଦିବସରେ ଅଲମ୍ପିଆନ ତଥା ୪ ରାଜପୁତାନା ରାଇଫଲର ସୁବେଦାର ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ । ନୀରଜ ଚୋପ୍ରା ଅଲମ୍ପିକ୍‌ସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରଥମ ଟ୍ରାକ୍‌ ଓ ଫିଲ୍ଡ ଆଥଲେଟ୍‌ । ରାଷ୍ଟପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସନ୍ଧ୍ୟାରେ ୩୮୪ ଜଣ ସେନା ଅଧିକାରୀଙ୍କୁ ବୀରତ୍ବ ଓ ଅନ୍ୟ ପୁରସ୍କାର ପ୍ରଦାନ କରିବେ ।

୧୨ଜଣଙ୍କୁ ଶୌର୍ଯ୍ୟଚକ୍ର, ୨୯ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ୪ଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୩ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ, ୧୩ଜଣଙ୍କୁ ଯୁଦ୍ଧ ସେବା ମେଡାଲ ଓ ୩ଜଣଙ୍କୁ ବିଶିଷ୍ଟ ସେବା ମେଡାଲ ମିଳିବ ।

ଏହାମଧ୍ୟ ପଢନ୍ତୁ: Rashtriya Bal Puraskar ବିଜେତା ବନିତା ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ସନ୍ଧ୍ୟାରେ ୧୨୨ଜଣ ବିଶିଷ୍ଟ ସେବା ମେଡାଲ ବିଜେତା, ୩ଜଣ ସେନା ମେଡାଲ(ବୀରତ୍ବ), ୮୧ ଜଣଙ୍କୁ ସେନା ମେଡାଲ(ବିରତ୍ବ), ଦୁଇଜଣଙ୍କୁ ବାୟୁସେନା ମେଡାଲ(ବୀରତ୍ବ), ୪୦ ଜଣଙ୍କୁ ସେନା ମେଡାଲ(କର୍ତ୍ତବ୍ୟ ପ୍ରତି ସମର୍ପଣ), ୮ଜଣଙ୍କୁ ନୌସେନା ମେଡାଲ(କର୍ତ୍ତବ୍ୟ ପ୍ରତି ସମର୍ପଣ) ଓ ୧୪ଜଣଙ୍କୁ ବାୟୁ ସେନା ମେଡାଲ(କର୍ତ୍ତବ୍ୟ ପ୍ରତି ସମର୍ପଣ) ପ୍ରଦାନ କରିବେ ।

Last Updated : Jan 25, 2022, 5:17 PM IST

ABOUT THE AUTHOR

...view details