ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍ରେ ତୀରନ୍ଦାଜରେ ଭାରତ ନିରାଶ । ପୁରୁଷ ବ୍ୟକ୍ତିଗତ ପ୍ରି-କ୍ବାର୍ଟରଫାଇନାଲରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଭାରତର ଶେଷ ଆଶା ଥିଲେ ଅତନୁ ଦାସ । ମାତ୍ର ହୋମ ଫେବରିଟ ତକାହାରୁ ଫୁରୁକାୱାଙ୍କ ଠାରୁ ୫ ସେଟ୍ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୬-୪ରେ ପରାସ୍ତ ହୋଇଛନ୍ତି ଅତନୁ ।
ପଞ୍ଚମ ସେଟ୍ ତଥା ନିର୍ଣ୍ଣାୟକ ସେଟ୍ରେ ରେଡ୍ ସର୍କଲକୁ ଛୁଇଁଥିଲା ଅତନୁଙ୍କ ତୀର । ଯାହାକି ୮ ପଏଣ୍ଟ ମିଳିବା ସହ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏପରିକି ଗୋଟିଏ ୧୦ ସନ୍ଧାନରେ ଥିବା ଅତନୁ ବିଫଳ ହୋଇଥିଲେ । ଫଳରେ ଫୁରୁକାୱା ଏହାର ଫାଇଦା ଉଠାଇ ନିର୍ଣ୍ଣାୟକ ସେଟ୍କୁ ଗୋଟିଏ ପଏଣ୍ଟ ବ୍ୟବଧାନରେ ଜିତିନେଇଥିଲେ।
ଶୁକ୍ରବାର, ପତ୍ନୀ ତଥା ବିଶ୍ବ ନମ୍ବର ୧ ଦୀପିକା କୁମାରୀ କୋରିଆର ଅନ ସାନଙ୍କ ଠାରୁ ୦-୬ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାହାର ହେବାପରେ ଅତନୁ ଏକମାତ୍ର ଭାରତୀୟ ଖେଳାଳି ଭାବେ ଅଭିଯାନ ଜାରି ରଖିଥିଲେ ।