ଓଡିଶା

odisha

By

Published : Jul 28, 2021, 9:04 AM IST

ETV Bharat / sports

Tokyo Olympics, Day 6: ହଂକଂ ଚେଉଙ୍ଗ୍ ନଗାନଙ୍କୁ ପରାସ୍ତ କଲେ ସିନ୍ଧୁ

ବ୍ୟାଡମିଣ୍ଟନ ଗ୍ରୁପ-ଜେର ଦ୍ବିତୀୟ ମ୍ୟାଚରେ ସିନ୍ଧୁଙ୍କ ଦମଦାର ପ୍ରର୍ଦଶନ । ମ୍ୟାଚରେ ହଂକଂର ଚେଉଙ୍ଗ୍ ନଗାନଙ୍କୁ ପରାସ୍ତ କରିଛନ୍ତି । ଅଧିକ ପଢନ୍ତୁ...

ଗ୍ରୁପ-ଜେ ମ୍ୟାଚରେ ସିନ୍ଧୁଙ୍କ ସହଜ ବିଜୟ
ଗ୍ରୁପ-ଜେ ମ୍ୟାଚରେ ସିନ୍ଧୁଙ୍କ ସହଜ ବିଜୟ

ଟୋକିଓ:ଭାରତ ପାଇଁ ଖୁସି ଖବର । ବ୍ୟାଡମିଣ୍ଟନ ଗ୍ରୁପ-ଜେର ଦ୍ବିତୀୟ ମ୍ୟାଚରେ ସିନ୍ଧୁଙ୍କ ଦମଦାର ପ୍ରର୍ଦଶନ । ମ୍ୟାଚରେ ହଂକଂର ଚେଉଙ୍ଗ୍ ନଗାନଙ୍କୁ ପରାସ୍ତ କରିଛନ୍ତି । 21-9, 21-16ରେ ସିନ୍ଧୁ ସହଜ ବିଜୟ ହାସଲ କରିଛନ୍ତି । ବିଜୟ ପରେ ଗ୍ରୁପରେ ଶୀର୍ଷରେ ରହିଛନ୍ତି ପି.ଭି ସିନ୍ଧୁ । ଗ୍ରୁପ ପର୍ଯ୍ୟାୟରୁ ବାହାରି ୧୬ ରାଉଣ୍ଡରେ ପହଞ୍ଚିଛନ୍ତି ସିନ୍ଧୁ ।

ଏହା ପୂର୍ବରୁ ଅଲମ୍ପିକରେ ଅଭିଯାନ ଆରମ୍ଭ କରିଥିବା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ଗ୍ରୁପ ମ୍ୟାଚରେ ଇସ୍ରାଇଲର କେସେନିଆ ପୋଲିକାରପୋଭାଙ୍କୁ ୨୧-୭, ୨୧-୧୦ରେ ପରାସ୍ତ କରିଥିଲେ ବିଶ୍ବ ଚମ୍ପିୟାନ ପିଭି ସିନ୍ଧୁ ।

58ତମ ମାନ୍ୟତା ପାଇଥିବା ପୋଲିକାରପୋଭାଙ୍କୁ ୨୧-୭, ୨୧-୧୦ରେ ପରାସ୍ତ କରିଥିଲେ ସିନ୍ଧୁ । ବିଶ୍ବର ସାତ ନମ୍ବରରେ ଥିବା ସିନ୍ଧୁ ହଂକଂର ଚେଉଙ୍ଗ୍ ନଗାନଙ୍କ ସହିତ ଆଜିର ମ୍ୟାଚ ଖେଳିଥିଲେ । ଯେତେବେଳେ ପୋଲିକାରପୋଭା ଏକ ସଟକୁ ହାତଛଡା କରିଥଲେ ସିନ୍ଧୁ ତାଙ୍କ ସପକ୍ଷରେ ପ୍ରଥମ ଖେଳକୁ ସିଲ୍ କରି ନେଇଥିଲେ ।

ପ୍ରକାଶ ଥାଉ କି, ରିଓ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି । ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ସେ କେସେନିଆଙ୍କ ଭେଟିଥିଲେ । ରିଓ ଅଲମ୍ପିକରେ ସେ କାରେଲିନା ମାରିନଙ୍କଠାରୁ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ଏଥର ଭାରତ ପାଇଁ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ସିନ୍ଧୁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details