ଓଡିଶା

odisha

ETV Bharat / sports

Olympics: କ୍ରୀଡାମନ୍ତ୍ରୀଙ୍କ ଦୃଢୋକ୍ତି, ଭଲ ପ୍ରଦର୍ଶନ କରିବେ ଭାରତୀୟ ଆଥଲେଟ୍‌ - ଟୋକିଓ ଅଲମ୍ପିକ୍ସ

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଆଥଲେଟ୍‌ଙ୍କ ଭଲ ପ୍ରଦର୍ଶନ ରହିବ । ଅଲମ୍ପିକ୍ସ ଆରମ୍ଭର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦୃଢୋକ୍ତି । ଅଧିକ ପଢନ୍ତୁ...

Tokyo Olympics: Confident that our athletes will perform well, says Anurag Thakur
Olympics: କ୍ରୀଡାମନ୍ତ୍ରୀଙ୍କ ଦୃଢୋକ୍ତି, ଭଲ ପ୍ରଦର୍ଶନ କରିବେ ଭାରତୀୟ ଆଥଲେଟ୍‌

By

Published : Jul 22, 2021, 9:06 PM IST

ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଆଥଲେଟ୍‌ଙ୍କ ଭଲ ପ୍ରଦର୍ଶନ ରହିବ । ଅଲମ୍ପିକ୍ସ ଆରମ୍ଭର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟପାର ମନ୍ତ୍ରୀ ଅନୁରାଗ ଠାକୁର ଏପରି ଦୃଢୋକ୍ତି କରିଛନ୍ତି ।

ଭାରତୀୟ ଖେଳାଳିଙ୍କ ମନୋବଳ ବୃଦ୍ଧି କରିବାକୁ ଅନୁରାଗ #HumaraVictoryPunch ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଶୁକ୍ରବାର ଠାରୁ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି ଓ ଏହି ମେହା ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ । ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟ ହେବାନେଇ ସୂଚୀ ରହିଥିଲା ମାତ୍ର COVID-୧୯ ସ୍ଥିତି ସଙ୍ଗୀନ ଯୋଗୁଁ ସମ୍ଭବ ହୋଇନଥିଲା ।

ଠାକୁର କହିଛନ୍ତି, "ଅଲମ୍ପିକ୍ସରେ ଆମେ ଅଂଶଗ୍ରହଣ କରିପାରିବା ନାହିଁ, ମାତ୍ର ଆଥଲେଟଙ୍କୁ ଉତ୍ସାହିତ କରିବାକୁ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବ । ଏଯାବତ ଭାରତ ଅଲମ୍ପିକ ଖେଳକୁ ପଠାଇଥିବା ଟିମ ଠାରୁ ଚଳିତ ଥର ବୃହତ ଟିମ ଟୋକିଓ ଯାତ୍ରା କରିଛନ୍ତି ।"

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଟୋକିଓ ଅଲମ୍ପିକ ଯୋଗ୍ଯ ଆଥଲେଟ୍‌ସଙ୍କ ସହ କଥା ହେବା ସହ ପ୍ରେରଣାଦାୟୀ ବାର୍ତ୍ତା ଦ୍ବାରା ଉତ୍ସାହିତ କରିଥିଲେ । ମୋଟ ୧୮ଟି ଖେଳରେ ୧୨୭ ଭାରତୀୟ ଆଥଲେଟ୍‌ ଟୋକିଓ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details