ଓଡିଶା

odisha

Tokyo Olympics: ଆଜିଠୁ କ୍ରୀଡାର ମହାକୁମ୍ଭ, ଜାଣନ୍ତୁ କିପରି ଦେଖିବେ ଉଦଘାଟନୀ ସମାରୋହ

By

Published : Jul 22, 2021, 10:57 PM IST

Updated : Jul 23, 2021, 6:57 AM IST

ଟୋକିଓ ଅଲମ୍ପିକ ଉଦ୍‌ଘାଟନୀ ସମାରୋହରେ ୨୨ଜଣ ଭାରତୀୟ ଖେଳାଳି ଓ ୬ଜଣ ଅଧିକାରୀ ଭାଗ ନେବେ । ଅଧିକ ପଢନ୍ତୁ...

TOKYO OLYMPICS 2020 OPENING CEREMONY TIME IN INDIA
Tokyo Olympics: ଶୁକ୍ରବାରଠୁ କ୍ରୀଡାର ମହାକୁମ୍ଭ ଆରମ୍ଭ, ଜାଣନ୍ତୁ କିପରି ଦେଖିବେ ଉଦଘାଟନୀ ସମାରୋହ

ନୂଆଦିଲ୍ଲୀ:କ୍ରୀଡାର ମହାକୁମ୍ଭ ଅଲମ୍ପିକ୍‌ ଆଜି ଠାରୁ ଆରମ୍ଭ ହେବ । ଟୋକିଓ ଅଲମ୍ପିକ ଉଦ୍‌ଘାଟନୀ ସମାରୋହରେ ୨୨ଜଣ ଭାରତୀୟ ଖେଳାଳି ଓ ୬ଜଣ ଅଧିକାରୀ ଭାଗ ନେବେ । ଆୟୋଜକ କମିଟି କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଦେଶକୁ ଉଦ୍‌ଘାଟନ ସମାରୋହରେ ଭାଗନେବାକୁ ଥିବା ଖେଳାଳିଙ୍କ ସଂଖ୍ୟାର କମ କରିବାକୁ କହିଛି ।

କିଛି ଜରୁରୀ ତଥ୍ୟ...

୨୩ ଜୁଲାଇରେ ଭାରତର ଦୁଇଟି ମ୍ୟାଚ ରହିଛି ।

ସକାଳ ୫.୩୦: ମହିଳା ବ୍ୟକ୍ତିଗତ ଯୋଗ୍ୟତା ରାଉଣ୍ଡ (ଦୀପିକା କୁମାରୀ)

ସକାଳ ୯.୩୦: ପୁରୁଷ ବ୍ୟକ୍ତିଗତ ଯୋଗ୍ୟତା ରାଉଣ୍ଡ (ଅତନୁ ଦାସ, ପ୍ରବୀଣ ଯାଦବ,ତରୁଣଦୀପ ରୟ) ଖେଳିବେ ।

ଟୋକିଓ ଅଲମ୍ପିକ ଉଦ୍‌ଘାଟନୀ ସମାରୋହ ୨୦୨୦ ସ୍ଥାନୀୟ ସମୟ ରାତ୍ରି ୮.୦୦ଟା ଓ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା.୪.୩୦ରୁ ଆରମ୍ଭ ହେବ ।

ଉଦ୍‌ଘାଟନୀ ସମାଲୋହରେ ସମସ୍ତ ଦେଶର ଖେଳାଳି ଓ ଟିମ ଅଂଶଗ୍ରହଣ କରିବେ ।

୨୦୪ ଦେଶରେ ଖେଳର ଲାଇଭ ପ୍ରସାରଣ ହେବ ।

ଉଦ୍‌ଘାଟନ ସମାରୋହରେ ମାର୍ଚ୍ଚ ପାଷ୍ଟ ଜାପାନ ବର୍ଣ୍ଣମାଳା ଅନୁଯାୟୀ ହେବ । ଫଳରେ ଭାରତର ନମ୍ବର ୨୧ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 23, 2021, 6:57 AM IST

ABOUT THE AUTHOR

...view details