ଟୋକିଓ:ଚଳିତ ଟୋକିଓ ଅଲମ୍ପିକର ଦଶମ ଦିନରେ ଭାରତୀୟ ଅଶ୍ବାରୋହୀ ଫାଉଦ ମୀର୍ଜା (questrian)ଅଶ୍ବଦୌଡ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । କ୍ରସ୍-କଣ୍ଟ୍ରି ରାଉଣ୍ଡରେ ୨୨ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି ମୀର୍ଜା । ଅଲମ୍ପିକରେ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଭାରତର ଏକମାତ୍ର ଅଶ୍ବାରୋହୀ ରହିଛନ୍ତି ମିର୍ଜା । ଭଲ ପ୍ରଦର୍ଶନ ସହ ଶୀର୍ଷ ୨୫ ସ୍ଥାନ ମଧ୍ୟରେ ମିର୍ଜାଙ୍କ ଘୋଡା ରହିଛି । ମିର୍ଜା କ୍ରସ-କଣ୍ଟ୍ରି ରାଉଣ୍ଡକୁ ପାର୍ କରିବା ପରେ ପ୍ରତିଯୋଗିତାର ଆହ୍ବାନପୂର୍ଣ୍ଣ ସି ଫରେଷ୍ଟ କ୍ରସ୍ କଣ୍ଟ୍ରି ରାଉଣ୍ଡରେ ୧୧.୨୦ ପେନାଲିଟି ସହ ମୋଟ ୩୯.୨୦ ସମୟ ନେଇଥିଲେ ।
ଜଣେ ପ୍ରତିଯୋଗୀଙ୍କୁ ଅଶ୍ବଦୌଡ ଇଭେଣ୍ଟିଂ କ୍ରସ୍ କଣ୍ଟ୍ରି ବ୍ୟକ୍ତିଗତ ବର୍ଗରେ ପେନାଲିଟି ଏଡାଇବାକୁ ୭ ମିନିଟ ୪୫ ସେକେଣ୍ଡ ମଧ୍ୟରେ ଦୌଡ ଶେଷ କରିବାକୁ ପଡିଥାଏ । ପେନାଲିଟି ପଏଣ୍ଟ ଯେତିକି କମ ଗଣନା ହେବ ସେହିକ୍ରମରେ ଆରୋହୀଙ୍କୁ ତାଲିକାର ଶୀର୍ଷରେ ସ୍ଥାନ ମିଳେ ।