ଓଡିଶା

odisha

ETV Bharat / sports

ଟୋକିଓ 2020: ଭାରତୀୟ ଅଲମ୍ପିକ ସଂଘର ପ୍ରାୟୋଜକ MPL - ଭାରତୀୟ ଅଲମ୍ପିକ ଆସୋସିଏସନ

ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ର ପ୍ରିନ୍ସପାଲ ପ୍ରାୟୋଜକ ହେଲା MPL ସ୍ପୋର୍ଟ୍ସ ଫେଡେରେସନ । ଅଧିକ ପଢନ୍ତୁ...

Tokyo 2020: Indian Olympic Association names MPL Amul as sponsors
ଟୋକିଓ 2020: ଭାରତୀୟ ଅଲମ୍ପିକ ସଂଘର ପ୍ରାୟୋଜକ MPL

By

Published : Jun 17, 2021, 8:36 PM IST

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ଗୁରୁବାର ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ପ୍ରାୟୋଜକ କମ୍ପାନୀ ନାମ ଘୋଷଣା କରିଛି । MPL ସ୍ପୋର୍ଟ୍ସ ଫେଡେରେସନ 'ପ୍ରିନ୍ସପାଲ ପ୍ରାୟୋଜକ' ଭାବେ ଟୋକିଓ ଅଲମ୍ପିକ ଗେମ୍ସ, 2022 ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ପ୍ରାୟୋଜକ ଚୁକ୍ତି କରିଛି ।

IOA ସଭାପତି ନରିନ୍ଦର ବାତ୍ରା ଓ ସମ୍ପାଦକ ରାଜୀବ ମେହେଟ୍ଟା ଏକ ବିବୃତି ଜାରି କରିବା ସହ ଦେଢବର୍ଷ ପାଇଁ MPL ସହ ଭାରତୀୟ ଅଲମ୍ପିକ ଆସୋସିଏସନ ସାମିଲ ହୋଇଥିବା ଘୋଷଣା କରିଛନ୍ତି ।

ଏହି ଘୋଷଣାନାମା ଅନୁଯାୟୀ, MPL 80 କୋଟି ଟଙ୍କା IOAକୁ ପ୍ରଦାନ କରିବ । ଏଥିସହ 2022 ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ଆଥଲେଟ୍‌ଙ୍କୁ ସ୍ପୋର୍ଟ୍ସ କିଟ ଯୋଗାଇବ ।

ଅମୁଲ ମଧ୍ୟ ଟୋକିଓ 2020 ଅଲମ୍ପିକ ଗେମ୍ସ ପାଇଁ IOAକୁ ସହଯୋଗ ପାଇଁ ଆଗେଇ ଆସିଛି । ଡିସେମ୍ବର 2021 ପର୍ଯ୍ୟନ୍ତ ସମୟ ପାଇଁ 1.00 କୋଟି ଟଙ୍କା ପ୍ରାୟୋଜର ରାଶି ଭାବେ ସଂଘକୁ ପ୍ରଦାନ କରିବ ଅମୁଲ ।

ଟୋକିଓ ଅଲମ୍ପିକ୍ସ ଜୁଲାଇ 23ରୁ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details