ଭୁବନେଶ୍ବର:ଲୋକସେବା ଭବନରେ ଥୋମାସ କପ୍ ବିଜୟୀ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୩ ବର୍ଷ ପରେ ୧୪ଥର ଥୋମାସ କପ୍ ଚମ୍ପିଆନ ଇଣ୍ଡୋନେସିଆକୁ ହରାଇ ଚମ୍ପିଆନ୍ ହୋଇଥିଲା ଭାରତ । ଏଥିପାଇଁ ଆଜି(ବୁଧବାର) ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା, ମୋମେଣ୍ଟ ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୋଟ ୯ ଜଣ ଖେଳାଳିଙ୍କ ସହ ବ୍ୟାଡମିଣ୍ଡନ କୋଚ୍ ପୁଲେଲା ଗୋପିଚାନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, "ଥୋମାସ କପ୍ରେ ବିଜୟୀ ହେବା ଭାରତ ପାଇଁ ଏକ ଐତିହାସିକ ଉପଲବ୍ଧି । ପୂରା ଭାରତବର୍ଷ ପାଇଁ ଏହା ଏକ ଗର୍ବର ବିଷୟ ।"