ଓଡିଶା

odisha

ETV Bharat / sports

ଟୋକିଓ ଅଲମ୍ପିକ ବାତିଲ ଗୁଜବକୁ ଆଇଓସି ଅଧ୍ୟକ୍ଷଙ୍କ ଖଣ୍ଡନ

ଅନ୍ତର୍ଜାତୀୟ ଅଲମ୍ପିକ କମିଟି (IOC) ଅଧ୍ୟକ୍ଷ ଥୋମାସ ବାକ ଟୋକିଓ ଅଲମ୍ପିକ ବାତିଲ ଖବରକୁ ଖଣ୍ଡନ କରିଛନ୍ତି । ଅଧିକ ପଢନ୍ତୁ...

THOMAS BACH RULES OUT CANCELLATION OF TOKYO OLYMPICS
ଟୋକିଓ ଅଲମ୍ପିକ ବାତିଲ ଗୁଜବକୁ ଆଇଓସି ଅଧ୍ୟକ୍ଷଙ୍କ ଖଣ୍ଡନ

By

Published : Jan 28, 2021, 9:19 PM IST

ପ୍ୟାରିସ:ଅନ୍ତର୍ଜାତୀୟ ଅଲମ୍ପିକ କମିଟି (IOC) ଅଧ୍ୟକ୍ଷ ଥୋମାସ ବାକ ଟୋକିଓ ଅଲମ୍ପିକ ବାତିଲ ଖବରକୁ ଖଣ୍ଡନ କରିଛନ୍ତି । ଟୋକିଓ ଅଲମ୍ପିକ ଓ ପାରାଅଲମ୍ପିକ ଖେଳର ଆୟୋଜନ ନେଇ ଆଇଓସିର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଥୋମାସ। ଏଥିସହ 2022 ବେଜିଂ ଶୀତକାଳୀନ ଖେଳର ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଥିବା କହିଛନ୍ତି ।

ଟୋକିଓ ଅଲମ୍ପିକ ବାତିଲ ଗୁଜବକୁ ଆଇଓସି ଅଧ୍ୟକ୍ଷଙ୍କ ଖଣ୍ଡନ

ସାମ୍ବାଦିକ ସମ୍ମିଳନୀରେ ବାକ କହିଛନ୍ତି, 2020 ଅଲମ୍ପିକ ଓ ପାରାଅଲମ୍ପିକ ଖେଳର ସଫଳ ଓ ସୁରକ୍ଷିତ ଆୟୋଜନ ପାଇଁ ଆଇଓସି ପ୍ରତିବଦ୍ଧ ।

ଟୋକିଓ ଅଲମ୍ପିକ ବାତିଲ ଗୁଜବକୁ ଆଇଓସି ଅଧ୍ୟକ୍ଷଙ୍କ ଖଣ୍ଡନ

ଗତବର୍ଷ ଟୋକିଓ ଅଲମ୍ପିକ୍ସ ଆୟୋଜନ ହେବାର ଥିଲା । ମାତ୍ର କୋରୋନା ମହାମାରୀ କାରଣରୁ ବିଶ୍ବ କ୍ରୀଡାର ମହାକୁମ୍ଭର ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖାଯାଇଥିଲା । ଏବେ ଏହି ସମ୍ମାନଜନକ ଇଭେଣ୍ଟ ଚଳିତ ବର୍ଷ ଜୁଲାଇ 23 ରୁ 24 ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details