ଓଡିଶା

odisha

ETV Bharat / sports

ବିଶ୍ବ ଚମ୍ପିଆନସିପରେ ଆଜି ଦିନରେ ଇତିହାସ ରଚିଥିଲେ ହିମା ଦାସ - IAAF ବିଶ୍ବ ଚମ୍ପିଆନସିପ

ଆଜି ଦିନରେ ଭାରତର ଅନ୍ୟତମ ଦ୍ରୁତ ଦୌଡରାଣୀ ହିମା ହାସ ରଚିଥିଲେ ସ୍ବର୍ଣ୍ଣିମ ଇତିହାସ । 2018 ଆଜିର ଦିନରେ ଷ୍ଟାର ଧାବିକା ହିମା ଦାସ 20 ବର୍ଷରୁ କମ IAAF ବିଶ୍ବ ଚମ୍ପିଆନସିପରେ 400 ମିଟର ଇଭେଣ୍ଟରେ ଗୋଲ୍ଡ ମେଡାଲ ବିଜେତା ହୋଇଥିଲେ ।

This Day that year: Hima wins histroric U-20 world Championship gold in 2018
ବିଶ୍ବ ଚମ୍ପିଆନସିପରେ ଆଜି ଦିନରେ ଇତିହାସ ରଚିଥିଲେ ହିମା ଦାସ

By

Published : Jul 12, 2020, 5:31 PM IST

ହାଇଦ୍ରାବାଦ: ଆଜି ଦିନରେ ଭାରତର ଅନ୍ୟତମ ଦ୍ରୁତ ଦୌଡରାଣୀ ହିମା ହାସ ରଚିଥିଲେ ସ୍ବର୍ଣ୍ଣିମ ଇତିହାସ । 2018 ଆଜିର ଦିନରେ ଷ୍ଟାର ଧାବିକା ହିମା ଦାସ 20 ବର୍ଷରୁ କମ IAAF ବିଶ୍ବ ଚମ୍ପିଆନସିପରେ 400 ମିଟର ଇଭେଣ୍ଟରେ ଗୋଲ୍ଡ ମେଡାଲ ବିଜେତା ହୋଇଥିଲେ । ଏହାପରେ ଘରେ ଘରେ ପରିଚିତ ହୋଇଥିଲା ହିମାଙ୍କ ନାମ ।

ଏହି ସ୍ମରଣୀୟ ଦିନକୁ ମନେପକାଇ ହିମା ସେ ସମୟର ଏକ ଭିଡିଓ ଟ୍ବିଟରରେ ପୋଷ୍ଟ କରିଛନ୍ତି । ଫିନଲାଣ୍ଡର ତାମ୍ପେରେ ଠାରେ ହୋଇଥିବା 12 ଜୁଲାଇ 2018ର ଇଭେଣ୍ଟ, ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି । ଏହି ବିଜୟ ମୂହୂର୍ତ୍ତ ଅବିଶ୍ବସନୀୟ ଥିଲା ବୋଲି ସେ କହିଛନ୍ତି ।

ଏହି ସଫଳତା ପାଇଁ ସେ ପୁନର୍ବାର କୋଚ, ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଆ, ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ, ପରିବାର ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ହିମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । IAAF U-20 ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ପ୍ରଥମ ଭାରତୀୟ ମହିଳା ଧାବିକା ଭାବେ ଗୋଲ୍ଡ ମେଡାଲ ହାସଲ କରି ଇତିହାସ ରଚିଥିଲେ ବୋଲି କ୍ରୀଡାମନ୍ତ୍ରୀ ଲେଖିଛନ୍ତି ।

ହିମା ଦାସ ଭାରତୀୟ ଆଥଲେଟିକ୍ସ ଦୁନିଆର ପ୍ରମୁଖ ପ୍ରତିଭା ରହିଛନ୍ତି । 2018 ଏସିଆନ ଗେମ୍ସରେ ସେ ଦୁଇଟି ଗୋଲ୍ଡ ମେଡାଲ ଓ ଗୋଟିଏ ସିଲଭର ମେଡାଲ ବିଜେତା ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details