ବର୍ମିଂହାମ(ଇଂଲଣ୍ଡ): ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ବା କମନୱେଲ୍ଥ ଗେମ୍ସରେ ଭାରତୀୟ ପ୍ରତିଯୋଗୀଙ୍କ ଶାନଦାର ପ୍ରଦର୍ଶନ ଜାରି । ଲନ୍ ବଲ୍ ମହିଳା ପ୍ରତିଯୋଗୀରେ ପ୍ରଥମ କରି ଐତିହାସିକ ସ୍ବର୍ଣ୍ଣ ଜିତି ଥିବାବେଳେ ଅନ୍ୟ ବିଭାଗର ଖେଳାଳିମାନେ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଲଙ୍ଗ ଜମ୍ପରେ ଦୁଇ ପ୍ରତିଯୋଗୀ ଏବଂ ସଟ୍ ଫୁଟ୍ରେ ମନପ୍ରୀତ କୌର ଫାଇନାଲରେ ପହଞ୍ଚିଛନ୍ତି ।
ଲଙ୍ଗ ଜମ୍ପ, ସଟ୍ ଫୁଟ୍, ସନ୍ତରଣ ଫାଇନାଲରେ ଖେଳାଳି ଭାରତକୁ ପଦକ ପକ୍କା - ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଥିବା ପଦକ ସଂଖ୍ୟା
ରାଜ୍ୟଗୋଷ୍ଠୀ କ୍ରୀଡା ବା କମନୱେଲ୍ଥ ଗେମ୍ସ ଲଙ୍ଗ ଜମ୍ପ, ସଟ୍ ପୁଟ୍, ସନ୍ତରଣରେ ଭାରତକୁ ପଦକ ପକ୍କା । ଫାଇନାଲ ପ୍ରବେଶ କଲେ ଏହି ଖେଳାଳି । ଅଧିକ ପଢନ୍ତୁ
ଲଙ୍ଗ ଜମ୍ପ, ସଟ୍ ଫୁଟ୍, ସନ୍ତରଣରେ ଭାରତକୁ ପଦକ ପକ୍କା, ଫାଇନାଲରେ ପହଞ୍ଚିଲେ ଖେଳାଳି
ଶ୍ରୀଶଙ୍କର ଏବଂ ମହମ୍ମଦ ଅନୀସ ୟାହିୟା ଲଙ୍ଗ ଜମ୍ପ ଫାଇନାଲରେ ପ୍ରବେଶ କରି ଥିବାବେଳେ ସନ୍ତରଣରେ ୧୫୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ୨ ଜଣ ଭାରତୀୟ ଖେଳାଳି ଫାଇନାଲରେ ପହଞ୍ଚିଛନ୍ତି । ମନପ୍ରୀତ କୌର ତାଙ୍କର ତୃତୀୟ ପ୍ରଚେଷ୍ଟାରେ ୧୬.୭୮ ମିଟର ଦୂରକୁ ସଟ୍ ଫୁଟ୍ ଫୋପାଡି ଫାଇନାଲରେ ପହଞ୍ଚିଛନ୍ତି । ଏହି ସଫଳତା ସହ କୌର ଗୃପ ବିର ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ତେବେ ୨୦୨୦-୨୧ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ କୌର ସଟ୍ ଫୁଟ ଫାଇନାଲରେ ପହଞ୍ଚିଥିଲେ ।