ହାଇଦ୍ରାବାଦ: ଶେଷ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପୁଣି 5 ବର୍ଷ ପାଇଁ ଭାରତରେ ମେ 23 ହୋଇଛି ଐତିହାସିକ ଦିନ । ବିଜେପି ବହୁମତ ପାଇଛି । ଆଗକୁ ସରକାର ଗଢିବାକୁ ଯାଉଛି । ବ୍ରାଣ୍ଡ ମୋଦି ସାରା ଦେଶରେ ଛାଇଯାଇଛନ୍ତି ।
ତେବେ ନିର୍ବାଚନରେ ଏହି ମହାପର୍ବରେ ନେତା ରାଜନେତାଙ୍କ ସମେତ ବହୁ କ୍ରୀଡାବିତ୍, ସେଲିବ୍ରେଟି ଓ ସାଧାରଣ ପାର୍ଥୀ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ଫେଲ ହୋଇଥିବା ବେଳେ କିଛି ପାସ ହୋଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା କିଛି କ୍ରୀଡାବିତ୍ତ ପରୀକ୍ଷା ଫଳ ଉପରେ । ଯେଉଁମାନେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ 2019 ନିର୍ବଚନୀ ମୈଦାନରେ ପାଦ ଦେଇଥିଲେ ।
ଗୌତମ ଗମ୍ଭୀର- (ପୂର୍ବଦିଲ୍ଲୀ)
କ୍ରିକେଟରୁ ଆଉଟ-ଅଫ ଫର୍ମରେ ଥିବା ଗମ୍ଭୀର କିନ୍ତୁ ନିର୍ବଚନୀ ମୈଦାନରେ ନିଜର ଦମ ଦେଇଛନ୍ତି । ଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ଏହି ଭାରତୀୟ ପୂର୍ବତନ କ୍ରିକେଟର ନିଜ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ବାଜି ମାତ କରିଛନ୍ତି । ସେ ନିଜ ବିରୋଧୀ ତଥା କଂଗ୍ରେସ ପ୍ରାର୍ଥୀ ଅରବିନ୍ଦର ସିଂହ ଲଭଲୀ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)ର ଆତିଶିଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି । 1,53, 297 ଖଣ୍ଡ ଭୋଟ ବ୍ୟବଧାନରେ ଗମ୍ଭୀର ବିଜୟ ହାସଲ କରିଛନ୍ତି । ଗମ୍ଭୀରଙ୍କୁ ୫୫.୩୫% ଭୋଟ୍ ମିଳିଛି ।
ବିଜେନ୍ଦର ସିଂହ-(ଦକ୍ଷିଣଦିଲ୍ଲୀ)
ଭାରତୀୟ ସୁଲତାନ ତଥା ରିଙ୍ଗ୍ ମାଷ୍ଟର ବକ୍ସର ବିଜେନ୍ଦର ସିଂ । କଂଗ୍ରେସ ପକ୍ଷରୁ ଦକ୍ଷିଣ ଦିଲ୍ଲୀରେ ଲଢ଼ିଥିଲେ ବିଜେନ୍ଦର । ମାତ୍ର ବକ୍ସିଂ ରିଙ୍ଗରେ ସଲିଡ୍ ପଞ୍ଚ ଦେଉଥିବା ଏହି ଭାରତୀୟ ବକ୍ସର କିନ୍ତୁ ରାଜନୀତି ପଶାପାଲିରେ ନିଜେ ମୁଥା ଖାଇଯାଇଛନ୍ତି । ବିଜେପି ପ୍ରାର୍ଥୀ ରମେଶ ବିଧୁରୀ ଏଠାରେ ବାଜିମାତ୍ କରିନେଇଛନ୍ତି । ବିଜେନ୍ଦରଙ୍କୁ ଲୋକ ପସନ୍ଦ କରିନହାନ୍ତି । ସେ 13.76 ପ୍ରତିଶତ ଭୋଟ ପାଇ 3ୟ ସ୍ଥାନରେ ରହିଛନ୍ତି ।