ଓଡିଶା

odisha

ETV Bharat / sports

26 ବର୍ଷ ପରେ ନକଆଉଟ ରାଉଣ୍ଡରେ ଓଡିଶା ଭଲିବଲ ପୁରୁଷ ଦଳ - ଓଡିଶା ସ୍ପୋର୍ଟସ

69 ତମ ସର୍ବଭାରତୀୟ ଭଲିବଲ ଚମ୍ପିଆନସିପରେ ଓଡିଶା ପୁରୁଷ ଦଳ ଉନ୍ନତ ପ୍ରଦର୍ଶନ କରିବା ସହ ଦୀର୍ଘ 26 ବର୍ଷ ପରେ ନକଆଉଟ ପର୍ଯ୍ୟାୟକୁ ଖେଳିବାକୁ ଯୋଗ୍ୟତା ହାସଲ କରିଛି ।

26 ବର୍ଷ ପରେ ନକଆଉଟ ରାଉଣ୍ଡରେ ଓଡିଶା ଭଲିବଲ ପୁରୁଷ ଦଳ
26 ବର୍ଷ ପରେ ନକଆଉଟ ରାଉଣ୍ଡରେ ଓଡିଶା ଭଲିବଲ ପୁରୁଷ ଦଳ

By

Published : Mar 9, 2021, 3:03 PM IST

ଭୁବନେଶ୍ବର: ଜାତୀୟ ଭଲିବଲ ଫେଡରେସନ ପକ୍ଷରୁ ଅନେକ ଥର ଜାତୀୟ ପ୍ରତିଯୋଗିତା ଓଡିଶାରେ ଅନୁଷ୍ଠିତ ହୋଇଥିଲେ ହେଁ ଓଡିଶା ଦଳ ଦୀର୍ଘବର୍ଷ ହେବ ଜାତୀୟ ପ୍ରତିଯୋଗିତାରେ ନିଜର ଉନ୍ନତ ପ୍ରଦର୍ଶନ ଦେଖାଇ ପାରି ନାହିଁ। କିନ୍ତୁ ଚଳିତବର୍ଷ ଓଡିଶା ଭଲିବଲ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି। ରାଜଧାନୀ ଭୁବନେଶ୍ବର ରେ ଆୟୋଜିତ ହେଉଥିବା 69 ତମ ସର୍ବଭାରତୀୟ ଭଲିବଲ ଚାମ୍ପିୟାନସିପରେ ଓଡିଶା ପୁରୁଷ ଦଳ ଉନ୍ନତ ପ୍ରଦର୍ଶନ କରିବା ସହ ଦୀର୍ଘ 26 ବର୍ଷ ପରେ ନକଆଉଟ ପର୍ଯ୍ୟାୟକୁ ଖେଳିବାକୁ ଯୋଗ୍ୟତା ହାସଲ କରିଛି ।

ଏହାର ସୂଚନା ରାଜ୍ୟ ଭଲିବଲ ଆସୋସିଏସନ ଦେଇଛି।ଏଥିପାଇଁ ଜାତୀୟ ଭଲିବଲ ଆସୋସିଏସନର ସଭାପତି ଥିବା ରାଜ୍ୟ ର ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓଡିଶା ଦଳକୁ 25 ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ଦଳ ସେମିଫାଇନାଲକୁ ଗଲେ ଦଳକୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details