ନୂଆଦିଲ୍ଲୀ:ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆୟୋଜିତ ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ୍ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ଏହି କାର୍ଯ୍ୟକ୍ରମ 'ଆଜାଦୀ କା ଅମୃତ ମହୋତ୍ସବ'ର ଏକ ଅଂଶ ।
ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ପତାକା ଦେଖାଇ ଠାକୁର ଫ୍ରିଡମ୍ ରନ୍ର ଶୁଭାରମ୍ଭ କରିବା ସହ ଷ୍ଟାଡିୟମରେ ଫ୍ରିଡମ୍ ରନ୍ରେ ଅଂଶଗ୍ରହଣ ମଧ୍ୟ କରିଥିଲେ । ଦେଶର ୭୫ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ପୋର୍ଟ ବ୍ଳେଆରର ସେଲୁଲାର ଜେଲ୍, ଲାହାଉଲ ସ୍ପିଟିର କାଜା ପୋଷ୍ଟ, ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆ ଓ ପଞ୍ଜାବର ଅଟାରୀ ବର୍ଡର ସମେତ ଦେଶର ଅନ୍ୟ ପ୍ରମୁଖ ସ୍ଥାନ ଗୁଡିକରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।