ଓଡିଶା

odisha

By

Published : Aug 17, 2020, 8:33 PM IST

ETV Bharat / sports

ସୋନିପତ କୁସ୍ତି ଜାତୀୟ ଶିବିରକୁ ନରସିଂହ ଯାଦବଙ୍କୁ ଗ୍ରୀନ ସିଗନାଲ

ଆଗାମୀ ମାସରୁ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ଶିବିର ପାଇଁ ନରସିଂହଙ୍କୁ ଗ୍ରୀନ ସିଗନାଲ ମିଳିଛି । କମିଟି ପକ୍ଷରୁ ଅନୁମତି ମିଳିବା ପରେ ନରସିଂହ ଅଭ୍ୟାସ ଆରମ୍ଭ କରିପାରିବେ ବୋଲି କହିଛନ୍ତି, ଭାରତୀୟ କୁସ୍ତି ଫେଡେରେସନ(WFI) ସହକାରୀ ସମ୍ପାଦକ ବିନୋଦ ତୋମାର ।

Sushil vs Narsingh fight very much on the cards, says WFI
ସୋନିପତ କୁସ୍ତି ଜାତୀୟ ଶିବିରକୁ ନରସିଂହ ଯାଦବଙ୍କୁ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ସୋନିପତରେ ଆରମ୍ଭ ହେବାକୁ ଯାଉଛି ଜାତୀୟ କୁସ୍ତି ଶିବିର । ମହାମାରୀ କୋରୋନା ଭାଇରସ ସଂକ୍ରମଣ ସମୟ କୁସ୍ତିଯୋଦ୍ଧା ନରସିଂହ ଯାଦବଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବାକୁ ନରସିଂହଙ୍କୁ ଆଉଏକ ସୁଯୋଗ ମିଳିଛି ।

ଡୋପ ଟେଷ୍ଟରେ ବିଫଳ ହେବାପରେ ବାସନ୍ଦ ହୋଇଥିଲେ ନରସିଂହ । ଯାହା ଜୁଲାଇରେ ଶେଷ ହୋଇଛି । ଟୋକିଓ ଅଲମ୍ପିକ୍ସ ଚଳିତ ବର୍ଷ ଜୁଲାଇ 24ରୁ ଆରମ୍ଭ ହେବାନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ଯୋଗୁଁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି । ଚଳିତ ବର୍ଷ ଅଲମ୍ପିକ୍ସ ଗେମ୍ସ ହୋଇଥିଲେ, 31ବର୍ଷୀୟ ମୁମ୍ବାଇ କୁସ୍ତିଯୋଦ୍ଧା ନରସିଂହଙ୍କୁ ପରବର୍ତ୍ତୀ ଅଲମ୍ପିକ୍ସ ପାଇଁ ଆଉ 4 ବର୍ଷ ଅପେକ୍ଷା କରିବାକୁ ହୋଇଥାନ୍ତା ।

ଆଗାମୀ ମାସରୁ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ଶିବିର ପାଇଁ ନରସିଂହଙ୍କୁ ଗ୍ରୀନ ସିଗନାଲ ମିଳିଛି । କମିଟି ପକ୍ଷରୁ ଅନୁମତି ମିଳିବା ପରେ ନରସିଂହ ଅଭ୍ୟାସ ଆରମ୍ଭ କରିପାରିବେ ବୋଲି କହିଛନ୍ତି, ଭାରତୀୟ କୁସ୍ତି ଫେଡେରେସନ(WFI) ସହକାରୀ ସମ୍ପାଦକ ବିନୋଦ ତୋମାର ।

ଅଲମ୍ପିକ କ୍ବାର୍ଟର ଟ୍ରାଏଲରେ 74 କିଲୋଗ୍ରାମ ବର୍ଗରେ ଦୁଇଥରର ଅଲମ୍ପିକ ମେଡାଲ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ସହ ମୁହାଁମୁହିଁ ହେବେ, ନରସିଂହ ଯାଦବ ।

ଦୀର୍ଘ ପ୍ରତୀକ୍ଷା ପରେ, ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ପକ୍ଷରୁ ମହିଳା କୁସ୍ତି ଶିବିର ଲକ୍ଷୌରେ ଓ ପୁରୁଷ ଶିବିର ସୋନିପତରେ ସେପ୍ଟେମ୍ବର 1ରୁ 30 ପର୍ଯ୍ୟନ୍ତ ହେବ ବୋଲି ଘୋଷଣା କରାଯାଇଛି । ଏହି ଜାତୀୟ ଶିବିରରେ ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି କରୁଥିବା ପ୍ରମୁଖ କୁସ୍ତିଯୋଦ୍ଧାଙ୍କୁ ପ୍ରାର୍ଥମିକ ପର୍ଯ୍ୟାୟରେ ଅଭ୍ୟାସ ଅନୁମତି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details