ନୂଆଦିଲ୍ଲୀ: ଦେଶର ଅଲମ୍ପିକ ଯୋଗ୍ୟ ଆଥଲେଟ ଜାତୀୟ ହିରୋ । ସେଥିପାଇଁ କ୍ରିକେଟରଙ୍କୁ ଯେପରି ସମର୍ଥନ ଓ ସହଯୋଗ ମିଳୁଛି, ଅଲମ୍ପିକ ଖେଳାଳିଙ୍କୁ ମଧ୍ୟ ସମାନ ପ୍ରକାର ସମର୍ଥନ କରନ୍ତୁ ବୋଲି ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜଜୁ ।
ଅଲମ୍ପିକ ଯାତ୍ରା ଓ ଅଲମ୍ପିକର ଗୁରୁତ୍ବ ଦେଶର ଭାଗରେ ପହଞ୍ଚିବା ସହ ପ୍ରତିଟି ଲୋକେ ବୁଝିବା ଆବଶ୍ୟକ । କ୍ରୀଡା ଏକ ଦେଶର ବୃହତ୍ତମ ସପ୍ଟ ପାଓ୍ବାର ବୋଲି କହିଛନ୍ତି ରିଜଜୁ ।