ଓଡିଶା

odisha

ETV Bharat / sports

ସନସେଟ+ଭାଇନକୁ ମିଳିଲା 2022 ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରସାରଣ ମାନ୍ୟତା - broadcaseter for Commonwealth Games

2022 ରାଜ୍ୟଗୋଷ୍ଠୀ କ୍ରୀଡା ବର୍ମିଂହାମର ଆୟୋଜକ ପ୍ରସାରଣ ମାନ୍ୟତା ବିଶ୍ବର ଶ୍ରେଷ୍ଠ କ୍ରୀଡା ପ୍ରସାରଣକାରୀ କମ୍ପାନୀ ସନସେଟ+ଭାଇନକୁ ମିଳିଛି ।

Sunset+Vine appointed as host broadcaseter for Birmingham 2022 Commonwealth Games
ସନସେଟ+ଭାଇନକୁ ମିଳିଲା 2022 ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରସାରଣ ମାନ୍ୟତା

By

Published : Jul 13, 2020, 6:34 PM IST

ବର୍ମିଂହାମ: 2022 ରାଜ୍ୟଗୋଷ୍ଠୀ କ୍ରୀଡା ବର୍ମିଂହାମର ଆୟୋଜକ ପ୍ରସାରଣ ମାନ୍ୟତା ବିଶ୍ବର ଶ୍ରେଷ୍ଠ କ୍ରୀଡା ପ୍ରସାରଣକାରୀ କମ୍ପାନୀ ସନସେଟ+ଭାଇନକୁ ମିଳିଛି । ଅନ୍ତର୍ଜାତୀୟ ଟେଣ୍ଡର ପ୍ରକ୍ରିୟାରେ ଏହି ମାନ୍ୟତା ପ୍ରଦାନ କରାଯାଇଛି ।

ଗତ ସଂସ୍କରଣର ରାଜ୍ୟଗୋଷ୍ଠୀ କ୍ରୀଡା ଅପେକ୍ଷା 2022 ସଂସ୍କରଣରେ ଅଧିକ ପ୍ରସାରଣର ଗୁଣାତ୍ମକ ମାନରେ ବୃଦ୍ଧି ହେବ ବୋଲି ଜଣାପଡିଛି । 19ଟି କ୍ରୀଡାର 11ଦିନ ଧରି ବିଭିନ୍ନ କ୍ରୀଡା ଇଭେଣ୍ଟର ଟିକିନିକ ପ୍ରସାରଣ ସହ, 2000 ଘଣ୍ଟାର କ୍ରୀଡା ପ୍ରସାରଣ ହେବ । ପ୍ରାୟ 4,500 ପ୍ରତିଯୋଗୀ ଏହି ମେଗା ଇଭେଣ୍ଟରେ ଭାଗନେବେ । ବିଶ୍ବତମାମ 1.5 ବିଲିୟନ ଦର୍ଶକ ଏହି ହାଇଭୋଲଟେଜ କ୍ରୀଡା ଇଭେଣ୍ଟକୁ ଦେଖିବା ନେଇ ଆକଳନ କରାଯାଇଛି ।

ଏହି ମେଗା ଇଭେଣ୍ଟ 28 ଜୁଲାଇ 2022ରୁ ଆରମ୍ଭ ହୋଇ ଅଗଷ୍ଟ 8 ପର୍ଯ୍ୟନ୍ତ ଖେଳାଯିବ । କମନୱେଲଥ୍ ଗେମ୍ସ ଫେଡେରେସନ (CGF) ପକ୍ଷରୁ ଗତମାସରେ ପ୍ରତିଯୋଗିତା ଆରମ୍ଭର ଧାର୍ଯ୍ୟ ଦିନରେ ଗୋଟିଏ ଦିନ ପରିବର୍ତ୍ତନ କରାଯାଇଥିଲା ।

ABOUT THE AUTHOR

...view details