ଓଡିଶା

odisha

ETV Bharat / sports

Intercontinental Cup: ବାପା ହେବେ ଛେତ୍ରୀ, ଭାନୁଆଟୁ ବିପକ୍ଷରେ ବିଜୟ ପରେ କଲେ ଘୋଷଣା - ବାପା ହେବେ ସୁନୀଲ ଛେତ୍ରୀ

ବାପା ହେବାକୁ ଯାଉଛନ୍ତି ଭାରତୀୟ ଫୁଟବଲ ଦଳ ଅଧିନାୟକ ସୁନୀଲ ଛେତ୍ରୀ । ଭୁବନେଶ୍ବରରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲରେ ଭାନୁଆଟୁ ବିପକ୍ଷରେ ବିଜୟ ପରେ ନିଆରା ଢଙ୍ଗରେ ଏହି ଘୋଷଣା କରିଛନ୍ତି ସୁନୀଲ । ଅଧିକ ପଢନ୍ତୁ

Intercontinental Cup
ବାପା ହେବେ ଛେତ୍ରୀ

By

Published : Jun 13, 2023, 9:37 AM IST

ବାପା ହେବେ ଛେତ୍ରୀ

ହାଇଦ୍ରାବାଦ: ଗୋଟିଏ ପଟେ ବିଜୟର ଖୁସି ଅନ୍ୟ ପଟେ ବାପା ହେବାର ଖୁସି । ବାପା ହେବାକୁ ଯାଉଛନ୍ତି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଜାରି ରହିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ 2023ରେ ଗତକାଲି (ସୋମବାର) ଭାରତ ଓ ଭାନୁଆଟୁ ମଧ୍ୟରେ ମୁକାବାଲା ଖେଳାଯାଇଥିଲା । ଏହି ମ୍ୟାଚରେ ବିଜୟ ପରେ ନିଆରା ଢଙ୍ଗରେ ବାପା ହେବାର ଖୁସି ଜାହିର କରିଥିଲେ ସୁନୀଲ ଛେତ୍ରୀ । ଯାହାର ଭିଡିଓ ସୋସିଆଲ ମିଡିଆଲରେ ସାମ୍ନାକୁ ଆସିଛି ।

ଏହା ବି ପଢନ୍ତୁ...Intercontinental Cup: ଭାନୁଆଟୁକୁ ହରାଇ ଫାଇନାଲରେ ଭାରତ, ମଙ୍ଗୋଲିଆ-ଲେବାନନ ମ୍ୟାଚ ଡ୍ର

ଭାନୁଆଟୁ ବିପକ୍ଷ ବିଜୟରେ ହିରୋ ସାଜିଥିଲେ ସୁନୀଲ ଛେତ୍ରୀ । ଦୀର୍ଘ ସମୟ ଧରି ମ୍ୟାଚ ଗୋଲଶୂନ୍ୟ ରହିଥିଲା । ଗୋଲ ସ୍କୋର କରିବାକୁ ସୁଯୋଗ ଉଣ୍ଡୁଥିଲେ ଦୁଇ ଦଳ । ଶେଷରେ ମ୍ୟାଚରେ 80ମିନିଟରେ ଗୋଲକିପରଙ୍କ ଡାହାଣ ପାଖରେ ସୁବାଶିଷ ବୋଶ ପେନାଲ୍ଟି ବସ୍କକୁ ପାସ ଦେଇଥିଲେ । ସୁନୀଲ ଛେତ୍ରୀ ଏହାକୁ ଗୋଲପୋଷ୍ଟରେ ପହଞ୍ଚାଇ ଦଳକୁ ବିଜୟୀ କରାଇଥିଲେ । ଏହି ବିଜୟ ପରେ ସୁନୀଲ ଛେତ୍ରୀ ନିଆରା ଢଙ୍ଗରେ ସେଲିବ୍ରେସନ କରିଥିଲେ ।

ବିଜୟ ସୂଚକ ଗୋଲ ଦେବାପରେ ବିଜୟ ଉତ୍ସବ ପାଳି ଜର୍ସି ଭିତରେ ବଲଟିକୁ ରଖିଥିଲେ । ଅଚାନକ କେହି କିଛି ବୁଝିପାରିନଥିଲେ । ଏପରି ସେଲିବ୍ରେସନର କାରଣ କଣ ସମସ୍ତଙ୍କ ମନରେ ପ୍ରଶ୍ନ ଆସିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଜଣାପଡିିଥିଲା ସୁନୀଲ ଛେତ୍ରୀ ବାପା ହେବାକୁ ଯାଉଛନ୍ତି । ଭାନୁଆଟୁ ବିପକ୍ଷରେ ବିଜୟ ପରେ ଜର୍ସି ଭିତରେ ବଲ ରଖି ପତ୍ନୀ ସୋନମଙ୍କୁ ପ୍ରେମଭରା ଇସାରା ଦେଇଥିଲେ । ସେହିଥିରୁ ଜଣା ପଡିଥିଲା ଯେ ସୁନୀଲଙ୍କ ପତ୍ନୀ ସୋନମ ଗର୍ଭବତୀ ଅଛନ୍ତି । ଶୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ସୁନୀଲ । ମ୍ୟାଚ ପରେ ପ୍ରତିକ୍ରିୟା ରଖି ସୁନୀଲ କହିଥିଲେ, "ଏହିପରି ଭାବେ ଆମର ନୂଆ ଅତିଥି ଆସିବା କଥା ଘୋଷଣା କରିବାକୁ ସୋନମ ଚାହୁଁଥିଲେ । ମୁଁ ମଧ୍ୟ ନିଆରା ଭାବେ ଫ୍ୟାନ୍ସଙ୍କୁ ଏହା ଜଣାଇବାକୁ ଚାହୁଁଥିଲି ଏବେ ଆପଣଙ୍କ ଶୁଭେଚ୍ଛା ଓ ଆର୍ଶୀବାଦ କାମନା କରୁଛୁ ।"

ଏହା ବି ପଢନ୍ତୁ...ଜୋକୋଭିକଙ୍କ ରେକର୍ଡ, ହାତେଇଲେ 23ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ

ପ୍ରକାଶ ଥାଉ କି, ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ 2-0 ଗୋଲରେ ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟାଚରେ ଭାନୁଆଟୁକୁ 1-0 ଗୋଲରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଭାରତ । ଆସନ୍ତା 16 ତାରିଖରେ ଲେବାନନ ବିପକ୍ଷରେ ତୃତୀୟ ମ୍ୟାଚ ଖେଳିବ । ଜୁନ୍‌ 18 ତାରିଖରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲର ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ABOUT THE AUTHOR

...view details