ହାଇଦ୍ରାବାଦ: ଟୋକିଓ ଅଲମ୍ପିକ (Tokyo Olympic gold medalist) ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା(Neeraj Chopra) ଆହତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡାରୁ(Commonwealth Games) ବାଦ ପଡିଥିଲେ । ତେବେ ଆଗକୁ ରହିଛି ଲୁସାନେ ଡାଇମଣ୍ଡ ଲିଗ (Lausanne Diamond League) । ସେଥିରେ ନୀରଜ ଖେଳିବେକି ନାହିଁ ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।
ଆହତ କାରଣରୁ ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡାରେ ଖେଳାଯିବାକୁ ଥିବା ଜାଭଲିନ ଥ୍ରୋରୁ ନିଜ ନାମକୁ ଫେରାଇ ନେଇଥିଲେ । ଅଗଷ୍ଟ ୨୬ ତାରିଖରେ ଆରମ୍ଭ ହେବାକୁ ଯାଉଛି ଲୁସାନେ ଡାଇମଣ୍ଡ ଲିଗ । ଆହତ କାରଣରୁ ଡାକ୍ତରଙ୍କ ପରାମର୍ଶକ୍ରମେ ନୀରଜ ବିଶ୍ରାମ ନେଉଛନ୍ତି । ତେବେ ମେଡିକାଲ ଆଧାରରେ (MEDICAL GROUNDS) ନିରୋଜ ଫିଟ୍ ହେଲେ ଲାଉସାନେ ଡାଇମଣ୍ଡ ଲିଗରେ ଭାଗ ନେଇ ପାରିବେ । ଏନେଇ ଆଥଲେଟିକ୍ସ ମହାସଂଘର ଅଧ୍ୟକ୍ଷ ଆଦିଲେ ସୁମରିବାଲା(Adille Sumariwalla) ସୂଚନା ଦେଇଛନ୍ତି ।