ଯାଜପୁର:ସ୍ଥାନୀୟ ଚନ୍ଦାମା ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ ଦିବାରାତ୍ରୀ ଭଲିବଲ ଟୁର୍ଣ୍ଣାମେଣ୍ଟ(daynight volleyball tournament) ଉଦ୍ଘାଟିତ ହୋଇଛି । ମଙ୍ଗଳବାର ଚନ୍ଦାମା ମହାବୀର ବ୍ଳକ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ତ୍ରିବେଣୀଆର୍ଥି, ଇଷ୍ଟକୋଷ୍ଟ ରେଲୱେ, ଓଡିଶା ପୋଲିସ ଓ ସୂର୍ଯ୍ୟଶିଖା ଭଦ୍ରକ ମଧ୍ୟରେ ମ୍ୟାଚ୍ ଖେଳାଯାଇଛି ।
ପ୍ରଥମ ମ୍ୟାଚ ଇଷ୍ଟକୋଷ୍ଟ ରେଲୱେ ଓ ତ୍ରିବେଣୀଆର୍ଥ ମଧ୍ୟରେ ଖେଳାଯାଇଛି । ମହାବୀର କ୍ଲବର ସଭାପତି ସୁଶୀଲ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ କୋରେଇ ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ।