ପୁରୀ:ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିଆନସିପ ଉଦଯାପିତ ହୋଇଛି । ଏଥିରେ ପୁରୁଷ ବର୍ଗରେ ବାଲେଶ୍ବର ଓ ମହିଳା ବର୍ଗରେ କିଟ ୟୁନିଭରସିଟି ଚମ୍ପିଆନ ହୋଇଛି । ଚମ୍ପିଆନ୍ସ ଟିମକୁ ୧୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ଚାଲିଥିବା ୩ ଦିନିଆ ୫୫ତମ ରାଜ୍ୟସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚମ୍ପିୟାନସିପ୍ ଉଦଯାପିତ ହୋଇଯାଇଛି । ପୁରୁଷ ବର୍ଗରେ ବାଲେଶ୍ବର ଓ ମହିଳା ବର୍ଗରେ କିଟ ୟୁନିଭରସିଟି ଚମ୍ପିଆନ ହୋଇ ୧୦ ହଜାର ଟଙ୍କା ଓ ଟ୍ରଫି ହାସଲ କରିଥିଲେ । ପୁରୁଷ ବର୍ଗର ରନରସ୍ ଅପ କିଟ ୟୁନିଭରସିଟି ଓ ମହିଳା ରନରସ୍ ଅପ ବାଲେଶ୍ବର ଦଳକୁ ୭ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା
ପୁରୁଷ ବର୍ଗରେ ଜଗତସିଂହପୁର ଓ ମହିଳା ବର୍ଗରେ ପୁରୀ ୩ୟ ଏବଂ କଟକର ପୁରୁଷ ଦଳ ଓ ଜଗତସିଂହପୁର ମହିଳା ଦଳ ୪ର୍ଥ ସ୍ଥାନ ହାସଲ କରିଥିବାରୁ ଟ୍ରଫି ସହ ୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା । ପୁରୁଷ ବର୍ଗରେ ୫ମ ସୁନ୍ଦରଗଡ,୬ଷ୍ଠ ଗଜପତି,୭ମ ପୁରୀ ,୮ମ ଢେ଼ଙ୍କାନାଳ, ମହିଳା ବର୍ଗରେ ୫ ମ କେନ୍ଦୁଝର,୬ଷ୍ଠ କଟକ,୭ମ ଗଞ୍ଜାମ ଓ ୮ମ ସୁନ୍ଦରଗଡ ହୋଇ ଥିବାରୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।