ଓଡିଶା

odisha

ETV Bharat / sports

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା: ପୁରୁଷରେ କଟକ, ମହିଳାରେ କୁଆଖିଆ ଦଳ ଚମ୍ପିଆନ - କବାଡି ପ୍ରତିଯୋଗିତାରେ କଟକ ଚମ୍ପିଆନ

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ପୁରୁଷ ବିଭାଗରେ କଟକ ଓ ମହିଳା ବିଭାଗରେ କୁଆଖିଆ ଦଳ ଚମ୍ପିଆନ ହୋଇଛନ୍ତି । ଉଭୟ ବର୍ଗରେ ୧୬ଟି ଦଳ ଅଂଶଗ୍ରହଣ କରି ଦିବାରାତ୍ର ମ୍ୟାଚ ଖେଳିଥିଲେ ।

kabaddi-tournament
kabaddi-tournament

By

Published : Feb 11, 2020, 8:06 PM IST

ଯାଜପୁର: ରାଜ୍ୟସ୍ତରୀୟ ଅଶୋକ ଦାସ ସ୍ମାରକୀ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତା ଉଦ୍‌ଯାପିତ । ପୁରୁଷ ବିଭାଗରେ କଟକ ଓ ମହିଳା ବିଭାଗରେ କୁଆଖିଆ ଦଳ ଚମ୍ପିଆନ ହୋଇଛି । ଯାଜପୁର ବାଳାଶ୍ରମ ପଡିଆରେ ମା' ବିରଜା ୟୁଥ୍ କ୍ଲବ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ

ଚଳିତ ବର୍ଷ ଉଭୟ ବର୍ଗରେ ୧୬ଟି ଦଳ ଅଂଶଗ୍ରହଣ କରି ଦିବାରାତ୍ର ମ୍ୟାଚ ଖେଳିଥିଲେ । ଉଦ୍‌ଯାପନୀ ସଂନ୍ଧ୍ୟାରେ ଅତିଥିମାନେ ଉଭୟ ଚମ୍ପିଆନ ଓ ରନର୍ସ ଅପ ଦଳକୁ ଟ୍ରଫି ସହିତ ନଗଦ ରାଶି ପ୍ରଦାନ କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details