ଚଣ୍ଡିଗଡ: ଗୌତମ ଗମ୍ଭୀରଙ୍କ ପରେ ଷ୍ଟାର ରେସଲର ବଜରଙ୍ଗ ପୁନିଆ 6 ମାସର ବେତନକୁ କରୋନା ଭାଇରସ ମହାମାରୀ ବିରୋଧରେ ଲଢେଇ କରୁଥିବା ଲୋକଙ୍କ ପାଣ୍ଠିକୁ ଦାନ କରିଛନ୍ତି । ଭାରତର କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 488 ଜଣ ଆକ୍ରାନ୍ତ ହୋଇଥିଲା ବେଳେ 9 ଜଣ ମୃତ୍ୟୁବରଣ କରିଛନ୍ତି ।
କୋରୋନା ପ୍ରଭାବିତଙ୍କୁ 6 ମାସର ଦରମା ଦେଲେ ରେସଲର ବଜରଙ୍ଗ ପୁନିଆ - ଗୌତମ ଗମ୍ଭୀର
କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀରଙ୍କ ପରେ ଷ୍ଟାର ରେସଲର ବଜରଙ୍ଗ ପୁନିଆ 6 ମାସର ଦରମା କରୋନା ଭାଇରସ ମହାମାରୀ ବିରୋଧରେ ଲଢେଇ କରୁଥିବା ଲୋକଙ୍କ ପାଣ୍ଠିକୁ ଦାନ କରିଛନ୍ତି । ଭାରତର କୋରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢନ୍ତୁ...
ହରିୟାଣା ମୁଖ୍ୟମନ୍ତ୍ରୀ ମୋନହର ଲାଲ ଖଟ୍ଟରଙ୍କ ଦ୍ବାରା ସ୍ଥାପିତ COVID-19 ପାଣ୍ଠିକୁ ରୋଗୀଙ୍କ ପାଇଁ ମୁଁ ମୋର 6 ମାସର ଦରମା ପ୍ରଦାନ କରୁଛି ବଜରଙ୍ଗ ପୁନିଆ ବୋଲି ଟୁଇଟ୍ କରିଛନ୍ତି। ଏଥି ସହ ସେ ‘ହରିୟାଣା କରୋନା ରିଲିଫ ପାଣ୍ଠି’ ପ୍ରତି ଅବଦାନ ରଖିବାକୁ ଲୋକଙ୍କୁ ଆହ୍ବାନ କରିଛନ୍ତି। 2019 ବିଶ୍ବ ଚାମ୍ପିଆନସିପ୍ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗଙ୍କୁ କ୍ରୀଡା ମନ୍ତ୍ରୀ କିରେନ୍ ରିଜିଜୁଙ୍କ ପ୍ରଶଂସା କରି କହିଛନ୍ତି ଏହା ଏକ ପ୍ରଶଂସନୀୟ ପ୍ରୟାସ ।
ସୋମବାର ଦିନ ହରିୟାଣା ସରକାର କୋରୋନା ଭାଇରସ୍ ସହ ଜଡିତ ଜନସେବା ଯୋଗାଇବା ପାଇଁ ଏକ ସ୍ବେଚ୍ଛାକୃତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସୋମବାର ଦିନ COVID-19 କୁ ପରାସ୍ତ କରିବାକୁ 'କୋଭିଡ - ସଂଘର୍ଷ- ସେନାନୀ' ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଯାହା ଦ୍ବାରା ଲୋକମାନେ ସ୍ବେଚ୍ଛାକୃତ ଭାବରେ ଡାକ୍ତରଖାନା ଗୁଡ଼ିକରେ ଉଭୟ ପାରାମେଡିକ୍ ଏବଂ ଡାକ୍ତର ତଥା ଜିଲ୍ଲା ପ୍ରଶାସନରେ ସେବା ଯୋଗାଇ ପାରିବେ । ଭାରତର ପୂର୍ବତନ ଓପନର୍ ତଥା ବିଜେପି ସାଂସଦ ଗମ୍ଭୀର ମଧ୍ୟ ଦିଲ୍ଲୀର ମହାମାରୀ କରୋନା ଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ତାଙ୍କ ସଂସଦୀୟ କ୍ଷେତ୍ର ବିକାଶ ଯୋଜନା ପାଣ୍ଠିରୁ 50 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।