ହାଇଦ୍ରାବାଦ: ପର୍ତ୍ତୁଗାଲ୍ର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ନବଜାତ ପୁତ୍ର ମୃତ୍ୟୁ ହୋଇଛି । ଏହି ଦୁଃଖକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ରୋନାଲ୍ଡୋ ଓ ତାଙ୍କ ବାନ୍ଧବୀ ଜର୍ଜିନା ଜାଆଁଳା ସନ୍ତାନର ବାପା ମାଆ ହେବେ ବୋଲି ଘୋଷଣା କରିଥିଲେ । ଗତ ଅକ୍ଟୋବର ମାସରେ ଉଭୟ ଏଭଳି ଘୋଷଣା କରିଥିଲେ ।
ତେବେ ଜର୍ଜିନା ମଙ୍ଗଳବାର ଏକ କନ୍ୟା ସନ୍ତାନ ଓ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । କିଛି ସମୟରେ ପୁତ୍ର ସନ୍ତାନର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ରୋନାଲ୍ଡୋ ଟ୍ବିଟ୍ କରି କହିଛନ୍ତି ଯେ, "ଅତି ଦୁଃଖର ସହ ଆପଣମାନଙ୍କୁ ଜଣାଉଛି ଆମର ପୁତ୍ର ସନ୍ତାନର ମୃତ୍ୟୁ ହୋଇଛି । ବାପାମାଆଙ୍କ ପାଇଁ ଏହାଠାରୁ ବଡ଼ ଦୁଃଖ ଆଉ କିଛି ହେଇନପାରେ ଯାହାକୁ ସେମାନେ ସହିବାକୁ ବାଧ୍ୟ ହୁଅନ୍ତି । ଆମ ଝିଅ ହିଁ ଏହି ଦୁଃଖ ସହିବାକୁ ଆମକୁ ଶକ୍ତି ଦେଉଛି । ଆମେ ସମସ୍ତ ଡାକ୍ତର ଓ ନର୍ସଙ୍କୁ ଧନ୍ୟବାଦ ଦେଉଛୁ । ଯେଉଁମାନେ ଉଚିତ ଚିକିତ୍ସା ଯୋଗାଇ ଦେଇଛନ୍ତି । ଆମେ ଆମର ବେବି ଆଞ୍ଜେଲ୍କୁ ସବୁବେଳେ ଭଲ ପାଇବୁ ।"