ନୂଆଦିଲ୍ଲୀ:ଟୋକିଓ ପାରାଅଲମ୍ପିକ୍ସର 100 ମିଟର ସ୍ପ୍ରିଣ୍ଟ ଇଭେଣ୍ଟରେ ସ୍ବର୍ଣ୍ଣପଦକ ଆଶା ରଖିଛନ୍ତି ସିମରନ ଶର୍ମା । ଦିନେ ଅପରିପକ୍ବ(premature) ଶିଶୁ ଭାବେ ଜନ୍ମ ନେଇଥିଲେ ସିମରନ । ଜନ୍ମ ହେବାର 7 ମାସ ପର୍ଯ୍ୟନ୍ତ ତାଙ୍କୁ ଇନକୁବେଟରରେ ରଖାଯାଇଥିଲା । ସେ ବେଶୀଦିନ ବଞ୍ଚିବା ନେଇ ସନ୍ଦେହ ପ୍ରକାଶ କରିଥିଲେ ଡାକ୍ତର । ଆଜି 22 ବର୍ଷ ପରେ ସେହି ସିମରନ ଦେଶ ପାଇଁ ଗୌରବ ଆଣିବାକୁ ଦିନରାତି ଏକ କରି ପରିଶ୍ରମ କରୁଛନ୍ତି । ନିଜ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଦେଶର ପ୍ରଥମତ ମହିଳା ପାରା ଅଲମ୍ପିଆନ ଭାବରେ ସେ 100 ମିଟର ସ୍ପ୍ରିଣ୍ଟ ଇଭେଣ୍ଟ ପାଇଁ ଟୋକିଓ ପାରାଅଲମ୍ପିକ୍ସରେ ଯୋଗ୍ୟତା ହାସଲ କରିଛନ୍ତି ।
ସିମରନ କୁହନ୍ତି ଏସବୁ ସମ୍ଭବ ହୋଇ ପାରିଛି କେବଳ ତାଙ୍କ ଜବାନ ସ୍ବାମୀ ବା କୋଚଙ୍କ ପାଇଁ । ସିମରନଙ୍କ ସ୍ବାମୀ ନାୟକ ଗଜେନ୍ଦ୍ର ସିଂହ ଭାରତୀୟ ଆର୍ମୀରେ ସେବା ପ୍ରଦାନ କରୁଛନ୍ତି । ବର୍ତ୍ତମାନ ସେ ଦିଲ୍ଲୀରେ ରହିଛନ୍ତି । ସିମରନଙ୍କ ଟ୍ରେନିଂ ସେ ଲୋନ ନେବା ସହ ନିଜ ପୈତୃକ ଜମିକୁ ବିକ୍ରି କରି ଦେଇଛନ୍ତି । ଏହାସହ ନିଜ ବନ୍ଧୁମାନଙ୍କ ଠାରୁ ସିମରନଙ୍କ ପାଇଁ ଋଣ କରଜ କରିଛନ୍ତି ।
ଉଭୟ ସିମରନଙ୍କୁ ଗଜେନ୍ଦ୍ର ପ୍ରତ୍ୟେକ ଦିନ ଜବାହରଲାଲ ଷ୍ଟାଡିୟମରେ 4ରୁ 5 ଘଣ୍ଟା ଟ୍ରେନିଂ କରନ୍ତି । ଏହି ମେଗା ଇଭେଣ୍ଟରେ ସିମରନ ଦେଶ ପାଇଁ ସ୍ବର୍ଣ୍ଣପଦକ ହାସଲ କରିବେ ବୋଲି ଆଶାବାଦୀ ଅଛନ୍ତି । 12 ସେକେଣ୍ଡରେ 100 ମିଟର ଟ୍ରାକ ପାର କରି ପାରା ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି ସିମରନ । ତେବେ ତାଙ୍କ ବ୍ୟକ୍ତିଗତ ରେକର୍ଡ 11.87 ସେକଣ୍ଡ ରହିଛି ବୋଲି ସେ କହିଛନ୍ତି । ଜୁନ 30 ତାରିଖରେ ସେ ଦେଶର ପ୍ରଥମ ମହିଳା ପାରା ଆଥଲେଟରେ ଭାବରେ ଟୋକିଓ ପାରାଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।