ଓଡିଶା

odisha

ETV Bharat / sports

ପ୍ରିନ୍ସ ଫିଲିପଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଦୂତୀ ଚାନ୍ଦ - ପ୍ରିନ୍ସ ଫିଲିପଙ୍କ ଦେହାନ୍ତ

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କ ମୃତ୍ୟୁରେ ସମବେଦନା ଜଣାଇଲେ ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ । ଅଧିକ ପଢନ୍ତୁ...

Sprinter Dutee Chand condoles demise of Prince Philip
ପ୍ରିନ୍ସ ଫିଲିପଙ୍କ ମୃତ୍ୟୁ, ଧାବିକା ଦୂତୀ ଚାନ୍ଦ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

By

Published : Apr 10, 2021, 4:34 PM IST

ଭୁବନେଶ୍ବର:ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ପ୍ରିନ୍ସ ଫିଲିପଙ୍କ 99 ବର୍ଷ ବୟସରେ ଦେହାନ୍ତ ହୋଇଛି । ଏନେଇ ଶୁକ୍ରବାର ବକିଂହାମ ପ୍ୟାଲେସ ଘୋଷଣା କରିଥିଲା ।

ଟ୍ବିଟ ଯୋଗେଁ ଦୂତୀ ଦୁଃଖ ପ୍ରକାଶ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗତ 4 ସପ୍ତାହରୁ ପ୍ରିନ୍ସ ଫିଲପଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ତେବେ 16 ମାର୍ଚ୍ଚରେ ଡିସଚାର୍ଜ ହୋଇଥିଲେ ।

ଡ୍ୟୁକ ଅଫ ଏଡିନବର୍ଗ ସମ୍ମାନରେ ସମ୍ମାନିତ ପ୍ରିନ୍ସ ଫିଲିପ ସାର୍ବଜନୀନ ସମାରୋହରେ କମ ନଜର ଆସନ୍ତି । 1947ରେ ପ୍ରିନ୍ସଙ୍କ ସହିତ ମହାରାଣୀ ଏଲିଜାବେଥଙ୍କ ହୋଇଥିଲା ବିବାହ ।

1921 କର୍ଫ୍ୟୁ ଟାପୁରେ ହୋଇଥିଲା ପ୍ରିନ୍ସ ଫିଲିପଙ୍କ ଜନ୍ମ । ତାଙ୍କ ବାପା ଏଣ୍ଡ୍ୟୁ ଡେନମାର୍କ ଓ ଗ୍ରିସର ପ୍ରିନ୍ସ ଥିଲେ । ସେ ହେଲେନିସ ରାଜା ଜର୍ଜଙ୍କ ସାନ ପୁଅ । ପ୍ରିନ୍ସ ଫିଲିପଙ୍କ ମା' ମହାରାଣୀ ଭିକ୍ଟୋରିଆଙ୍କ ପଣନାତୁଣୀ ତଥା ପ୍ରିନ୍ସେସ ଲର୍ଡ ଲୁଇସ ମାଉଣ୍ଟବେଟେନଙ୍କ ଝିଅ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details