ଓଡିଶା

odisha

ETV Bharat / sports

ମହିଳା କ୍ରୀଡାବିତଙ୍କୁ ପଡୋଶୀଙ୍କ ଅସଦାଚରଣ ଅଭିଯୋଗ

ସ୍ଥାନୀୟ ଘୋଷି ଅଞ୍ଚଳରେ ଜଣେ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳି ପଡୋଶୀଙ୍କ ନିର୍ଯାତାନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । 21 ବର୍ଷୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ଜଣଙ୍କ ଜାତୀୟ ସ୍ତରରେ ଉତ୍ତରପ୍ରଦେଶକୁ ପ୍ରତିନିଧିତ୍ୱ କରିଛନ୍ତି ।

By

Published : Sep 4, 2020, 8:26 PM IST

Sportswoman attacked by misbehaving neighbour in Agra
ମହିଳା କ୍ରୀଡାବିତଙ୍କୁ ପଡୋଶୀଙ୍କ ଖରାପ ବ୍ୟବହାର ଅଭିଯୋଗ

ଆଗ୍ରା: ସ୍ଥାନୀୟ ଘୋଷି ଅଞ୍ଚଳରେ ଜଣେ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳି ପଡୋଶୀଙ୍କ ନିର୍ଯାତାନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । 21 ବର୍ଷୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ଜଣଙ୍କ ଜାତୀୟ ସ୍ତରରେ ଉତ୍ତରପ୍ରଦେଶକୁ ପ୍ରତିନିଧିତ୍ୱ କରିଛନ୍ତି ।

ବ୍ୟାୟାମ ପରେ ସକାଳ ପ୍ରାୟ 9.30ରେ ଶୋଇଥିବା ବେଳେ, ଘରେ କେହି ନଥିବାର ସୁଯୋଗ ଉଠାଇ ପଡୋଶୀ ବିନୋଦ ଘର ଭିତରକୁ ଆସିଥିଲେ । ପରେ ତାଙ୍କୁ ଖରାପ ଭାବେ ଛୁଇଁବାକୁ ଚେଷ୍ଟା କରିଥିଲେ । ଏଥିରେ ବାଧା ଦେବାରୁ ଖରାପ ବ୍ୟବହାର ସହ ଗାଳିଗୁଲଜ କରିଥିବା ଆଥଲେଟ ଜଣଙ୍କ ଗଣମାଧ୍ୟମ ପ୍ରତିନିଧିକୁ କହିଛନ୍ତି ।

ଏହି ଘଟଣା ଦୁଇ ଦିନ ପୂର୍ବରୁ ଘଟିଥିଲା । ମାତ୍ର ଆଗ୍ରାର ସିନିୟର ଏସପି(SSP) ବବଲୁ କୁମାର ଜାଣିବା ପରେ ମାମଲା ଦାୟର ହୋଇଥିଲା ।

ପୀଡିତାଙ୍କ କହିବା ଅନୁଯାୟୀ, "ଘଟଣା ଘଟିବା ସମୟରେ ଘରେ କେହି ନଥିଲେ । ତାଙ୍କର ସାନ ଭାଇ ଘର ଠାରୁ କିଛି ଦୂରରେ ଥିଲେ । ଚିତ୍କାର ଶୁଣି ଆସି ଉଦ୍ଧାର କରିଥିଲେ ।

ଏହାର କିଛି ସମୟ ପରେ ବିନୋଦଙ୍କ ପରିବାର ସଦସ୍ୟ ପହଞ୍ଚିଥିଲେ ଓ ତାଙ୍କ ସାନ ଭାଇ ସହ ବନ୍ଧୁଙ୍କୁ ମାରପିଟ କରିଥିଲେ ।"

"ତେବେ ସଦାର ବଜାର ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ ପାଇଁ ଯିବାବେଳ ପ୍ରତିପକ୍ଷ ମଧ୍ୟ ପହଞ୍ଚି ପାଲଟା ଅଭିଯୋଗ ଆଣଥିଲେ । ଫଳରେ ଥାନାରେ ମାମଲା ଦାଖଲ ହେଲେ କ୍ୟାରିୟର ଖରାପ ହେବ ଭାବି ଆପୋଷ ବୁଝାମଣା ପାଇଁ ଚିନ୍ତା କରିଥିଲି ।"

ମାତ୍ର ପୁନର୍ବାର ଉକ୍ତ ପରିବାର ଆକ୍ରମଣ କରିବା ସହ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ପୀଡିତା ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ 8 ଜଣଙ୍କ ନାମରେ ଭାରତୀୟ ପିଙ୍ଗଳ କୋର୍ଟ(ଆଇପିସି)ର 354, 323, 452, 506 ଭଳି ବିଭିନ୍ନ ସଙ୍ଗୀନ ଧାରା ଲାଗିଥିବା ଏସଏସପି କହିଛନ୍ତି । ଏଥିସହିତ ଦୁଇଜଣଙ୍କୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details