ଓଡିଶା

odisha

ETV Bharat / sports

ଅତିରିକ୍ତ କାର୍ଯ୍ୟକଳାପ ନୁହେଁ, ପାଠ୍ୟକ୍ରମର ଅଂଶ ହେବ କ୍ରୀଡା: ରିଜିଜୁ - କିରଣ ରିଜିଜୁ

ଦେଶର ନୂତନ ଶିକ୍ଷା ନୀତି ଅନୁସାରେ ଭାରତୀୟ ପାଠ୍ୟକ୍ରମରେ କ୍ରୀଡ଼ା ରହିବ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । ଅଧିକ ପଢ଼ନ୍ତୁ...

Sports will be part of curriculum, new education policy, Rijiju, ଅତିରିକ୍ତ କାର୍ଯ୍ୟକଳାପ ନୁହେଁ, ପାଠ୍ୟକ୍ରମର ଅଂଶ ହେବ କ୍ରୀଡ଼ା, କିରଣ ରିଜିଜୁ, ନୂତନ ଶିକ୍ଷା ନୀତି
ଅତିରିକ୍ତ କାର୍ଯ୍ୟକଳାପ ନୁହେଁ, ପାଠ୍ୟକ୍ରମର ଅଂଶ ହେବ କ୍ରୀଡ଼ା: ରିଜିଜୁ

By

Published : Jun 11, 2020, 8:30 PM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଗୁରୁବାର କହିଛନ୍ତି ଯେ ଭାରତର ନୂତନ ଶିକ୍ଷା ନୀତିରେ କ୍ରୀଡ଼ା ପାଠ୍ୟକ୍ରମ ଏକ ଅଂଶ ହେବ, ଅତିରିକ୍ତ ପାଠ୍ୟକ୍ରମ ନୁହେଁ । ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡ ଗଠନ ପାଇଁ ଏକ ‘ଉଚ୍ଚସ୍ତରୀୟ’ କମିଟି ଗଠନ କରିଛନ୍ତି ବୋଲି ରିଜିଜୁ କହିଛନ୍ତି ।

‘ଏକବିଂଶ ଶତାବ୍ଦୀରେ ଅଲିମ୍ପିକ ଏବଂ ଅଲିମ୍ପିକ ଶିକ୍ଷା’ ଉପରେ ଅନ୍ତର୍ଜାତୀୟ ୱେବିନାରର ଉଦଘାଟନୀ ଅଧିବେଶନରେ ରିଜିଜୁ କହିଛନ୍ତି ଯେ, ‘‘ଭାରତର ନୂତନ ଶିକ୍ଷା ନୀତିରେ କ୍ରୀଡ଼ା ଶିକ୍ଷାର ଅଂଶ ଭାବରେ ରହିବ । କ୍ରୀଡ଼ା କେବଳ ଗୋଟିଏ ଅତିରିକ୍ତ ପାଠ୍ୟକ୍ରମ ନୁହେଁ ।’’

‘‘ମୁଁ ସବୁବେଳେ ଏଥିରେ ବିଶ୍ବାସ କରେ, ଶିକ୍ଷା ଗୋଟିଏ, କ୍ରୀଡା ଗୋଟିଏ । ଏହା ସମାନ।’’ ରିଜିଜୁ କହିଛନ୍ତି ଯେ କ୍ରୀଡାକୁ ଏକ ଇଚ୍ଛାଧୀନ ବିଷୟ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ।

ସେ କହିଛନ୍ତି, ‘‘କ୍ରୀଡା ମଧ୍ୟ ଏକ ଶିକ୍ଷା, ତେଣୁ କ୍ରୀଡା ଅତିରିକ୍ତ ପାଠ୍ୟକ୍ରମ ହୋଇପାରିବ ନାହିଁ । ସେଥିପାଇଁ କ୍ରୀଡାକୁ ଏକ ଇଚ୍ଛାଧୀନ ବିଷୟ ଭାବରେ ଗ୍ରହଣ କରାଯାଇପାରିବ ନାହିଁ । କ୍ରୀଡ଼ାକୁ ମଧ୍ୟ ଶିକ୍ଷାର ଏକ ଅଂଶ ଭାବରେ ସମସ୍ତଙ୍କୁ ଗ୍ରହଣ କରିବାକୁ ହେବ ।’’

‘‘ଭାରତର ନୂତନ ଶିକ୍ଷା ନୀତି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, କିନ୍ତୁ ଏହା ପ୍ରାୟ ଚୂଡାନ୍ତ ହୋଇ ସାରିଛି । ଆମର ଯୋଗାଯୋଗ ସମୟରେ ମୋର ମନ୍ତ୍ରଣାଳୟ ଅତ୍ୟନ୍ତ ଦୃଢ଼ ଭାବରେ ଆଗେଇ ଆସିଛି ଏବଂ କ୍ରୀଡ଼ାକୁ ଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ଜାତୀୟ କମିଟିରେ ଅଂଶଗ୍ରହଣ କରିଛି।’’

‘‘ମୁଁ ବହୁତ ଖୁସି ଯେ ଆମେ ଜାତୀୟ କ୍ରୀଡା ଶିକ୍ଷା ବୋର୍ଡ ଘୋଷଣା କରିସାରିଛୁ । ବର୍ତ୍ତମାନ ଏହା ଗଠନ ପର୍ଯ୍ୟାୟରେ ଅଛି ଏବଂ ମୁଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି ଏବଂ ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡର ଆକର ଗଠନ କିପରି ହେବ ସେ ନେଇ ଏହି କମିଟି ଆଲୋଚନା କରୁଛି,’’ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ।

@IANS

ABOUT THE AUTHOR

...view details