ଓଡିଶା

odisha

ETV Bharat / sports

ଆଉ 6 ରାଜ୍ୟରେ KISCE ସ୍ଥାପନ କରିବ କ୍ରୀଡା ମନ୍ତ୍ରଣାଳୟ - କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ

ଦେଶର ଆଉ 6ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ବିକଶିତ ହେବ ଖେଲୋ ଇଣ୍ଡିଆ ସେଣ୍ଟର ଅଫ ଏକ୍ସିଲେନ୍ସ (KISCE) । ମଙ୍ଗଳବାର ଏନେଇ ସୂଚନା ଦେଲା କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ । ଅଧିକ ପଢ଼ନ୍ତୁ...

Sports Ministry to establish KISCE, Khelo India Centre of Excellence in six more states, 6 ରାଜ୍ୟରେ KISCE ସ୍ଥାପନ, ଖେଲୋ ଇଣ୍ଡିଆ ସେଣ୍ଟର ଅଫ ଏକ୍ସିଲେନ୍ସ, KISCE, କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ,  ଖେଲୋ ଇଣ୍ଡିଆ ଯୋଜନା
ଆଉ 6 ରାଜ୍ୟରେ KISCE ସ୍ଥାପନ କରିବ କ୍ରୀଡା ମନ୍ତ୍ରଣାଳୟ

By

Published : Sep 16, 2020, 9:38 AM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଆଉ 6ଟି ରାଜ୍ୟରେ ଖେଲୋ ଇଣ୍ଡିଆ ସେଣ୍ଟର ଅଫ ଏକ୍ସିଲେନ୍ସ (KISCE) ସ୍ଥାପନ କରିବା ନେଇ ମଙ୍ଗଳବାର ଘୋଷଣା କରିଛି । ଖେଲୋ ଇଣ୍ଡିଆ ଯୋଜନାରେ ଏହିସବୁ କେନ୍ଦ୍ର ସ୍ଥାପନ କରାଯିବ ।

ଆସାମ (ରାଜ୍ୟ କ୍ରୀଡା ଏକାଡେମୀ, ସରଜୁସାଜାଇ କମପ୍ଲେକ୍ସ ଗୌହାଟୀ), ଦାଦ୍ରା ଓ ନଗର ହାବେଳୀ ଓ ଡିଉ (ନିଉ ସ୍ପୋର୍ଟ୍ସ କମପ୍ଲେକ୍ସ, ସିଳଭାସ୍ସା), ମହାରାଷ୍ଟ୍ର (ଶ୍ରୀ ଶିବ ଛତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ଲେକ୍ସ, ବାଲେୱାଡି), ମଧ୍ୟ ପ୍ରଦେଶ (ଏମପି ଏକାଡେମୀ, ଭୋପାଲ), ମେଘାଳୟ (ଜେଏନଏସ କମପ୍ଲେକ୍ସ ଶିଲଂ) ଓ ସିକ୍କିମ (ପାଲଜୋର ଷ୍ଟାଡିଅମ, ଗ୍ୟାଙ୍ଗଟକ)ରେ ଦ୍ବିତୀୟ ପର୍ଯ୍ୟାୟ କେଆଇଏସସିଇ (KISCE) ସ୍ଥାପନ ପାଇଁ ଚିହ୍ନଟ ହୋଇଛି ।

ପୂର୍ବରୁ ମନ୍ତ୍ରଣାଳୟ ପ୍ରଥମ ପର୍ଯ୍ୟାୟରେ 8ଟି କେନ୍ଦ୍ରକୁ ଚିହ୍ନଟ କରିଥିଲା । ସେଗୁଡ଼ିକ ହେଲା- କର୍ଣ୍ଣାଟକ, ଓଡ଼ିଶା, କେରଳ, ତେଲଙ୍ଗାନା, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡ । ରାଜ୍ୟ ଗୁଡ଼ିକରେ ବର୍ତ୍ତମାନ ଥିବା କେନ୍ଦ୍ର ଗୁଡ଼ିକର ଉନ୍ନତି କରଣ କରାଯାଇ ତାକୁ ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ ଏକ୍ସିଲେନ୍ସ କରାଯିବ ।

କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ‘‘ ପ୍ରାଥମିକ କ୍ରୀଡା, ଭିତ୍ତିଭୂମି ସୁବିଧା ଏବଂ କେନ୍ଦ୍ର ଦ୍ବାରା ମାନ୍ୟତା ପାଇଥିବା ଆଥଲେଟ ମାନଙ୍କର ତାଲିମ ସୁବିଧା ଉପରେ ଆଧାର କରି ଏହି କେନ୍ଦ୍ରଗୁଡ଼ିକୁ ସର୍ଟଲିଷ୍ଟ କରାଯାଇଛି । କ୍ରୀଡ଼ା ସୁବିଧା ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ବାରା ମନୋନୀତ ହୋଇଥିଲା ଏବଂ ସେମାନଙ୍କୁ ତାଙ୍କ ପାଖରେ ଉପଲବ୍ଧ ଥିବା ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି କିମ୍ବା ସେମାନଙ୍କ ଏଜେନ୍ସି କିମ୍ବା କୌଣସି ଯୋଗ୍ୟ ଏଜେନ୍ସି ଚିହ୍ନଟ କରିବାକୁ କୁହାଯାଇଥିଲା ଯାହାକୁ ବିଶ୍ବ ସ୍ତରୀୟ କ୍ରୀଡ଼ା ସୁଯୋଗ ପାଇଁ ବିକଶିତ କରାଯାଇପାରିବ ।’’

ବର୍ତ୍ତମାନ ମହଜୁଦ ଥିବା କେନ୍ଦ୍ର ଗୁଡ଼ିକୁ କେଆଇଏସସିଇ ଭାବେ ବିକଶିତ କରିବା ପାଇଁ ସରକାର କ୍ରୀଡା ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକ କୌଶଳରେ କେନ୍ଦ୍ରରେ ଅଭ୍ୟାସ କରାଯାଉଥିବା କ୍ରୀଡା ବିଜ୍ଞାନ ପାଇଁ ଏକ ‘ଭିଏବିଲିଟି ଗ୍ୟାପ୍ ଫଣ୍ଡ’ ପ୍ରଦାନ କରିବେ ଯାହା କ୍ରୀଡା ଉପକରଣ, ବିଶେଷଜ୍ଞ ପ୍ରଶିକ୍ଷକ ଏବଂ ଉଚ୍ଚ ପ୍ରଦର୍ଶନ ପରିଚାଳକର ଆବଶ୍ୟକତାକୁ ମଧ୍ୟ ଦୂର କରିବ ।

ବର୍ଦ୍ଧିତ ସହାୟତା ପ୍ରତି କେନ୍ଦ୍ରରେ ସର୍ବାଧିକ 3 ଟି ଅଲିମ୍ପିକ କ୍ରୀଡା ପାଇଁ ରହିବ, ତେବେ କେନ୍ଦ୍ରରେ ଚାଲୁଥିବା ଅନ୍ୟ କ୍ରୀଡ଼ା ବିଭାଗରେ କ୍ରୀଡା ବିଜ୍ଞାନ ଏବଂ ସହଯୋଗୀ କ୍ଷେତ୍ରରେ ସହାୟତା ବିସ୍ତାର କରାଯାଇପାରିବ ।

@IANS

ABOUT THE AUTHOR

...view details