ନୂଆଦିଲ୍ଲୀ: ଅଲମ୍ପିକ ଅଂଶଗ୍ରହଣକାରୀ ଆଥଲେଟଙ୍କୁ ପ୍ରାଥମିକତା ଆଧାରରେ କୋରୋନା ଟୀକା ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛି କ୍ରୀଡା ମନ୍ତ୍ରଣାଳୟ । ତେବେ ସ୍ବାସ୍ଥ୍ୟ ବିଭାଗର ଉତ୍ତରକୁ ଅପେକ୍ଷା କ୍ରୀଡା ମନ୍ତ୍ରଣାଳୟ ଅପେକ୍ଷା କରିଥିବା ଜଣାପଡିଛି ।
ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ, ଆଥଲେଟଙ୍କୁ ଟିକାକରଣର ବ୍ୟବସ୍ଥା ଆରମ୍ଭ ହେବ । ଅଲମ୍ପିକ ପାଇଁ ଏବେ ବି ସମୟ ରହିଛି ଓ ଏହା ପୂର୍ବରୁ ଟିକାକରଣ ପ୍ରକ୍ରିୟା ଶେଷ ହୋଇପାରିବ ବେଲି ଆଶା ରହିଛି । ଏନେଇ ଆଲୋଚନା ଓ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା କ୍ରୀଡା ମନ୍ତ୍ରଣାଳୟ ସୁତ୍ରରୁ ଜଣାପଡିଛି ।