ଓଡିଶା

odisha

ETV Bharat / sports

ଅଭ୍ୟାସକୁ ଫେରିବେ ଭାରତୀୟ ଆଥଲେଟ: କ୍ରୀଡା ମନ୍ତ୍ରଣାଳୟର ଗ୍ରିନ ସିଗନାଲ - କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ସ୍ପୋର୍ଟ୍ସ କମ୍ପ୍ଳେକ୍ସ ଓ ଷ୍ଟାଡିୟମ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିବା ପରେ, ଅଭ୍ୟାସ ପାଇଁ କ୍ରୀଡା ମନ୍ତ୍ରଣାଳୟ ମଧ୍ୟ ସବୁଜ ସଙ୍କେତ ଦେଇଛି ।

Sports ministry gives green signal for training to resume in stadia as per MHA guidelines
ଅଭ୍ୟାସକୁ ଫେରିବେ ଭାରତୀୟ ଆଥଲେଟ: କ୍ରୀଡା ମନ୍ତ୍ରଣାଳୟର ଗ୍ରିନ ସିଗନାଲ

By

Published : May 19, 2020, 1:24 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ ଦେଶରେ ଲାଗୁ ହୋଇଛି 4ର୍ଥ ପର୍ଯ୍ୟାୟ ଲକଡାଉନ । ତେବେ ଏହି ପର୍ଯ୍ୟାୟରେ ଦେଶରେ ସ୍ପୋର୍ଟ୍ସ କମ୍ପ୍ଳେକ୍ସ ଓ ଷ୍ଟାଡିୟମ ଖୋଲିବାକୁ ଅନୁମତି ପ୍ରଦାନ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏହାପରେ ଆଥଲେଟଙ୍କୁ ଅଭ୍ୟାସ ପାଇଁ କ୍ରୀଡା ମନ୍ତ୍ରଣାଳୟ ମଧ୍ୟ ସବୁଜ ସଙ୍କେତ ଦେଇଛି ।

ଏନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ନିଜେ କ୍ରୀଡାମନ୍ତ୍ରୀ ଷ୍ଟାଡିୟମ ପରଦର୍ଶନ କରି ଫଟୋ ମଧ୍ୟ ସେୟାର କରିଛନ୍ତି । ଟ୍ବିଟରେ ଦେଶର ସମସ୍ତ କ୍ରୀଡାବିତଙ୍କ ଉଦ୍ଦେଶ୍ୟରେ ଅଭ୍ୟାସ ଆରମ୍ଭ କରିବା ନେଇ ମଧ୍ୟ କହିଛନ୍ତି ।

ତେବେ ସୁଇମିଂ ପୁଲ ଓ ଖେଳାଳିଙ୍କୁ ଜିମ ବ୍ୟବହାର କରିବା ଉପରେ ପୂର୍ବ କଟକଣା ବଳବତ୍ତର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details