ହାଇଦ୍ରାବାଦ:ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ବଜେଟ ଉପସ୍ଥାପନା କରିଛନ୍ତି । ଏହି ବଜେଟରେ କ୍ରୀଡା ମନ୍ତ୍ରଣାଳୟକୁ ଆସନ୍ତା ଆର୍ଥିକ ବର୍ଷ ଲାଗି 3,397.32 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଯାହା ଗତ ବର୍ଷ ତୁଳନାରେ ୭୨୩.୯୭ କୋଟି ଟଙ୍କା ଅଧିକ । ଚଳିତ ବର୍ଷ ହେବାକୁ ଥିବା ଏସିଆନ ଗେମ୍ସ ଏବଂ ଆଗାମୀ ବର୍ଷ ପାଇଁ ପ୍ରସ୍ତାବିତ ପ୍ୟାରିସ ଅଲମ୍ପିକର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି କ୍ରୀଡା ମନ୍ତ୍ରଣାଳୟ ପାଇଁ ଆଜି ଉପସ୍ଥାପନା କରାଯାଇଥିବା କେନ୍ଦ୍ରିୟ ବଜେଟରେ 3,397.32 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଚଳିତ ବର୍ଷର ବ୍ୟୟ ବରାଦ ରାଶି ଗତ ବର୍ଷ ( ୨୦୨୨-୨୩ ) ବଜେଟଠାରୁ ଅଧିକ ରହିଛି ।
ଖେଲୋ ଇଣ୍ଡିଆ ବଜେଟରେ ରହିଛି ୪୩୯ କୋଟି ଟଙ୍କା - କ୍ରୀଡା ମନ୍ତ୍ରଣାଳୟର ପ୍ରମୁଖ କାର୍ଯ୍ୟକ୍ରମ ଖେଲୋ ଇଣ୍ଡିଆ ତଥା କ୍ରୀଡାର ବିକାଶ ପାଇଁ ଜାତୀୟ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଇଆସିଛନ୍ତି । ଚଳିତ ବର୍ଷ ୬୦୬ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ଥର ଖେଳ ବଜେଟରେ ୧୦୪୫ କୋଟି ଟଙ୍କା ଅଟକଳ ରଖାଯାଇଛି । ଏଥିରେ ୪୩୯ କୋଟି ଟଙ୍କାର ବୃଦ୍ଧି ହୋଇଥିବ ବେଳେ ଏହା ବିଭିନ୍ନ କାର୍ଯ୍ୟକ୍ରମ ପ୍ରତି ସରକାରଙ୍କ ଆୟୋଜନକୁ ଦର୍ଶାଉଛି । ଏହି ଆୟୋଜନ ଗତ କିଛି ବର୍ଷ ଧରି ଅଲମ୍ପିକ, ଏସିଆନ ଗେମ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡା ଭଳି ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଇଭେଣ୍ଟ ପାଇଁ କ୍ରୀଡାବିତଙ୍କୁ ପ୍ରସ୍ତୁତ କରିବା ପାଇଁ ପ୍ରତ୍ସାହିତ କରିଛି ।