ଭୁବନେଶ୍ବର: ଚେନ୍ନାଇରେ ଆରମ୍ଭ ହୋଇଛି ୪୪ ତମ ଅନ୍ତର୍ଜାତୀୟ ଚେସ ଅଲିମ୍ପିଆଡ । ଏହାର ଉଦଘାଟନ ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଛନ୍ତି । ତାମିଲନାଡୁ ସରକାରଙ୍କ ନିମନ୍ତ୍ରଣରେ କ୍ରୀଡ଼ାମନ୍ତ୍ରୀ ଗତକାଲି ଚେନ୍ନାଇ ସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ । ଏନେଇ ମନ୍ତ୍ରୀ କହିଛନ୍ତି, "ଦୀର୍ଘ ଦିନ ପରେ ଭାରତକୁ ଏହି ମେଗା ଇଭେଣ୍ଟ ଆୟୋଜନ କରିବା ଲାଗି ସୁଯୋଗ ମିଳିବା ଗର୍ବର ବିଷୟ । ଯାହା ଜଣାପଡୁଛି, ଆମ ଦେଶରେ ଚେସର କ୍ରେଜ ଆହୁରି ବଢିବ । ଏହା ଆଗାମୀ ଦିନରେ ଚେସ ଖେଳକୁ ଆହୁରି ଆଗକୁ ନେବାକୁ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।"
ଚେସ ଅଲିମ୍ପିଆଡରେ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡାମନ୍ତ୍ରୀ - ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡାମନ୍ତ୍ରୀ
୪୪ ତମ ଅନ୍ତର୍ଜାତୀୟ ଚେସ ଅଲିମ୍ପିଆଡ ଉଦଘାଟନ ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଛନ୍ତି । ଅଧିକ ପଢନ୍ତୁ
ଚେସ ଅଲିମ୍ପିଆଡରେ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡା ମନ୍ତ୍ରୀ
ସେପଟେ ଏହି ଅବସରରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ଶିଭା ଭି. ମ୍ୟୋନାଥନ ତୁଷାରକାନ୍ତି ବେହେରାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଅନେକ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ଆୟୋଜନ ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତଭୂମି ନିର୍ମାଣ କ୍ଷେତ୍ରରେ ଓଡିଶା ଯେଉଁ ପଦକ୍ଷେପମାନ ଗ୍ରହଣ କରିଛି ସେଥିପାଇଁ ଭୂୟସୀ ପ୍ରଶଂସା କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର