ଓଡିଶା

odisha

ETV Bharat / sports

ଅଲମ୍ପିକ ପାଇଁ ଲଞ୍ଚ ହେଲା ‘Hindustani way’ ଗୀତ - ଅନନ୍ୟା ବିରଲା

କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ‘Hindustani way’ ଗୀତକୁ ଲୋକାର୍ପିତ କରି ଭାରତବାସୀଙ୍କୁ ଟୋକିଓ ଅଲମ୍ପିକ ଖେଳାଳିଙ୍କୁ ଉତ୍ସାହିତ କରିବାକୁ କହିଛି । ଅଧିକ ପଢ଼ନ୍ତୁ...

Sports minister,  Official song for Tokyo Olympics,  Tokyo Olympics, Anurag Thakur,  Hindustani way, ଟୋକିଓ ଅଲମ୍ପିକ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ
ଅଲମ୍ପିକ ପାଇଁ ଲଞ୍ଚ ହେଲା ‘Hindustani way’ ଗୀତ

By

Published : Jul 14, 2021, 9:03 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ପାଇଁ ମାତ୍ର କିଛି ଦିନ ବାକି । ଏହି ଅବସରରେ ଭାରତୀୟ ଅଲମ୍ପିକ ଦଳ ପାଇଁ ଲଞ୍ଚ ହୋଇଛି ନୂଆ ଗୀତ । କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ‘Hindustani way’ ଗୀତକୁ ଲୋକାର୍ପିତ କରି ଭାରତବାସୀଙ୍କୁ ଅଲମ୍ପିକ ଖେଳାଳିଙ୍କୁ ଉତ୍ସାହିତ କରିବାକୁ କହିଛି ।

ଗ୍ରାମୀ ପୁରସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନ ଓ ଯୁବ କଣ୍ଠଶିଳ୍ପୀ ଅନନ୍ୟା ବିରଲା ମିଳିତ ଭାବରେ ‘Cheer4India: Hindustani way’ ଗୀତକୁ ଟୋକିଓ ଅଲମ୍ପିକରେ ଭାରତୀୟ ଦଳ ପାଇଁ ଉତ୍ସର୍ଗ କରିଛନ୍ତି ।

ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ‘‘ମୁଁ ସମସ୍ତ ଭାରତବାସୀଙ୍କୁ ଏହି ଗୀତକୁ ଶୁଣିବା ପାଇଁ ଅନୁରୋଧ କରୁଛି । ଏହାସହ ଗୀତକୁ ସଭିଁଙ୍କ ସହ ସେୟାର କରି ଅଲମ୍ପିକରେ ଭାଗ ନେବାକୁ ଥିବା ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରନ୍ତୁ ଏବଂ ସେମାନଙ୍କୁ ଅନୁଭବ କରାନ୍ତୁ ଯେ ଆମେ ସେମାନଙ୍କ ପଛରେ ରହିଛୁ ।’’

ଗୀତକୁ ତିଆରି କରିଥିବାରୁ ଏଆର ରେହମାନ ଓ ଅନନ୍ୟା ବିରଲାଙ୍କୁ ଧନ୍ୟବାଦ ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ।

ଭାରତୀୟ ଅଲମ୍ପିୟକ ଆସୋସିଏସନର ଅଧ୍ୟକ୍ଷ ନରିନ୍ଦର ବତ୍ରା କହିଛନ୍ତି ଯେ ଏହି ଗୀତର ଶୁଭାରମ୍ଭ ଗତ 18 ମାସ ଧରି ସଭିଁଙ୍କ ଦ୍ବାରା କରାଯାଇଥିବା କଠିନ ପରିଶ୍ରମର ପରିଣାମ ।

ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିତିଶ ପରମାଣିକ, କ୍ରୀଡ଼ା ସଚିବ ରବି ମିତ୍ତଲ, ସ୍ପୋର୍ଟ୍ସ ଅଥୋରିଟି ଅଫ୍‌ ଇଣ୍ଡିଆର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଓ IOA ସମ୍ପାଦକ ରାଜୀବ ମେହତା ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details