ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ନୂଆ ଏକ ଶିଖର ଛୁଇଁଛି । ଏହା କହିଛନ୍ତି କ୍ରୀଡା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଉରକେଲାରେ ବିଶ୍ବସ୍ତରୀୟ ଅତ୍ୟାଧୁନିକ ହକି ଷ୍ଟାଡିୟମ ନିର୍ମାଣ କରୁଛି ଓଡିଶା, ଯେଉଁଠି ପୁରୁଷ ହକି ବିଶ୍ବକପ ୨୦୨୩ ଖେଳାଯିବ । ରାଉରକେଲା ସିଟି ଷ୍ଟାଡିୟମ ୨୦,୦୦୦ ଦର୍ଶକ ବସିବା କ୍ଷମତା ସହ ଭାରତର ବୃହତ୍ତମ ହକି ଷ୍ଟାଡିୟମ ହେବ ।
ରାଜ୍ୟ ନିକଟରେ FIH ଜୁନିଅର ପୁରୁଷ ହକି ବିଶ୍ବକପ ୨୦୨୧ର ସଫଳ ଆୟୋଜନ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଥିଲା ଯାହାହି ମାର୍ଚ୍ଚ ୨୦୨୦ରେ COVID-19 ମହାମାରୀ ପରେ ଦେଶରେ ଆୟୋଜିତ ହୋଇଥିଲା ।
ଶୁକ୍ରବାର ଠାରୁ ଭୁବନେଶ୍ବରରେ ନ୍ୟାସନାଲ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଆରମ୍ଭ ହୋଇଥିବାବେଳେ, ଭାରତକୁ ଏକ ସ୍ପୋର୍ଟ୍ସ ହବ୍ରେ ପରିଣତ କରିବାକୁ ଓଡିଶାର ପ୍ରମୁଖ ଯୋଗଦାନର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେଇଥିଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।