ନୂଆଦିଲ୍ଲୀ:ସ୍ପାନିସ ପାରାବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ଟୁର୍ନାମେଣ୍ଟରେ ଚମକିଲେ ଟୋକିଓ ପାରାଲମ୍ପିକ୍ସ ଚାମ୍ପିୟନ ପ୍ରମୋଦ ଭଗତ । ଅଂଶଗ୍ରହଣ କରିଥିବା ସମସ୍ତ ୩ଟି ବର୍ଗରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ପ୍ରମୋଦ । ବିଶ୍ବ ନମ୍ବର ୪ ସୁକାନ୍ତ କଡମ ମଧ୍ୟ ନିଜର ପ୍ରଭାବୀ ପ୍ରଦର୍ଶନ ଜାରିରଖି ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାତେଇଛନ୍ତି ।
ସ୍ପାନିସ ପାରାବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ପ୍ରମୋଦଙ୍କୁ ହ୍ୟା-ଟ୍ରିକ୍ ସ୍ବର୍ଣ୍ଣ - ସ୍ପାନିସ ପାରା ବ୍ୟାଡମିଣ୍ଟନ
ସ୍ପାନିସ ପାରାବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ଟୁର୍ନାମେଣ୍ଟରେ ହ୍ୟା-ଟ୍ରିକ୍ ସ୍ବର୍ଣ୍ଣ ପଦକ ଜିତିଲେ ପାରାଲମ୍ପିକ୍ସ ଚାମ୍ପିୟନ ପ୍ରମୋଦ ଭଗତ । ଅଧିକ ପଢନ୍ତୁ

ସ୍ପାନିସ ପାରାବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ପ୍ରମୋଦଙ୍କୁ ହ୍ୟା-ଟ୍ରିକ୍ ସ୍ବର୍ଣ୍ଣ
ଏକକ ବର୍ଗରେ ବିଶ୍ବ ନମ୍ବର ୧ ଭଗତ, କୁମାର ନିତେଶଙ୍କୁ ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ୧୭-୨୧, ୨୧-୧୭, ୨୧-୧୭ରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ଏକଘଣ୍ଟା ଏକ ମିନିଟ୍ ଧରି ଖେଳାଯାଇଥିଲା ।
ସେହିପରି ମିକ୍ସଡ ଡବଲ୍ସରେ ବିଶ୍ବ ନମ୍ବର ୧ ଯୋଡି ଭଗତ ଓ ମନୋଜ ସରକାର କଡମ ଓ ନିତେଶ ଯୋଡିଙ୍କୁ ୨୧-୧୯, ୧୧-୨୧ ଓ ୨୧-୧୧ରେ ପରାସ୍ତ କରି ଆଉ ଏକ ସ୍ବର୍ଣ୍ଣ ହାତେଇଥିଲେ । ପରେ ମିକ୍ସଡ ଡବଲ୍ସ ପାର୍ଟନର ପଲକ କୋହଲିଙ୍କ ସହିତ ମିଶି ପ୍ରମୋଦ, ୧୪-୨୧, ୨୧-୧୧, ୨୧-୧୪ରେ ଭାରତୀୟ ଯୋଡି ରଘୁପତି ଓ ମାନସୀ ଜୋଷୀଙ୍କୁ ହରାଇ ଟୁର୍ନାମେଣ୍ଟର ତୃତୀୟ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ।