ଓଡିଶା

odisha

ETV Bharat / sports

Spain Masters 2023: ପିଭି ସିନ୍ଧୁ ରନର୍ସଅପ - ସ୍ପେନ ମାଷ୍ଟର୍ସ 2023

ସ୍ପେନ ମାଷ୍ଟର୍ସ ଫାଇନାଲରେ ହାରିଲେ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ । ମଉଳିଲା ଟାଇଟଲ ହାତେଇବା ସ୍ବପ୍ନ । ଅଧିକ ପଢନ୍ତୁ

ସ୍ପେନ ମାଷ୍ଟର୍ସ
Spain Masters 2023

By

Published : Apr 3, 2023, 7:48 AM IST

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁଙ୍କ ସ୍ପେନ ମାଷ୍ଟର୍ସ ଟାଇଟଲ ହାତେଇବା ସ୍ବପ୍ନ ଅଧୁରା ରହିଛି । ରବିବାର ଅନୁଷ୍ଠିତ ଫାଇନାଲରେ ପରାସ୍ତ ହୋଇଛନ୍ତି ପିଭି ସିନ୍ଧୁ । ମହିଳା ଏକକ ଫାଇନାଲରେ ଜର୍ଜିଆର ମାରିସ୍କା ତୁନଜୁଙ୍କଠୁ 21-8, 21-8 ସିଧାସଳଖ ସେଟରେ ପରାସ୍ତ ହୋଇଛନ୍ତି । ଫଳରେ ଚଳିତ ସିଜନରେ ପ୍ରଥମ ଫାଇନାଲ ଖେଳିଥିବା ସିନ୍ଧୁଙ୍କ ଟାଇଟଲ ହାତେଇବା ସ୍ବପ୍ନ ଧୂଳିସାତ ହୋଇଛି । ରନର୍ସଅପ ହୋଇ ଅଭିଯାନ ଶେଷ କରିଛନ୍ତି ପିଭି ସିନ୍ଧୁ ।

ମ୍ୟାଚଟି ସଂଘର୍ଷପୂର୍ଣ୍ଣ ସମ୍ପୂର୍ଣ୍ଣ ଏକତରଫା ରହିଥିଲା । ସେମି ଫାଇନାଲରେ ସିଙ୍ଗାପୁରର ଜିଆ ମିନଙ୍କୁ 24-22, 22-20 ସେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲେ ସିନ୍ଧୁ । ଫାଇନାଲ ମୁକାବିଲାରେ ବିଶ୍ବମାନ୍ୟତାର ଦ୍ବାଦଶ ସ୍ଥାନରେ ରହିଥିବା ଜର୍ଜିଆର ମାରିସ୍କା ତୁନଜୁଙ୍ଗଙ୍କ ନିକଟରୁ ପରାସ୍ତ ହୋଇଛନ୍ତି ସିନ୍ଧୁ । ପ୍ରଥମରୁ ଧିମା ଆରମ୍ଭ କରିଥିଲେ ସିନ୍ଧୁ । ସାମାନ୍ୟ ତ୍ରୁଟି ପାଇଁ ସିନ୍ଧୁଙ୍କ ହାତରୁ ମ୍ୟାଚ ହାତଛଡା ହୋଇଛି । ସିନ୍ଧୁଙ୍କ ତ୍ରୁଟିର ଫାଇଦା ଉଠାଇଥିଲେ ପ୍ରତିନ୍ଦ୍ବନ୍ଦୀ । 28 ମିନିଟ ଧରି ଚାଲିଥିବା ଏହି ମ୍ୟାଚକୁ ସିଧାସଳଖ ସେଟରେ ଜିତି ନେଇଥିଲେ ମାରିସ୍କା ତୁନଜୁଙ୍ଗ । ଫଳରେ ଚଳିତ ସିଜନରେ ପ୍ରଥମ ଫାଇନାଲ ଖେଳିଥିବା ଏହି ତାରକା ଭାରତୀୟ ଖେଳାଳିଙ୍କ ଟାଇଟଲ ହାତେଇବା ସ୍ବପ୍ନ ଅଧାରେ ରହିଛି ।

ଏହା ବି ପଢନ୍ତୁ...IPL 2023 RCB vs MI: ଡୁପ୍ଲେସିସ୍‌-କୋହଲିଙ୍କ ଧୂଆଁଧାର ପାଳି, ୮ ୱିକେଟରେ MIକୁ ମାତ ଦେଲା RCB

ଏହା ବି ପଢନ୍ତୁ...IPL 2023: ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ, ୭୨ ରନରେ ଜିତିଲା ରାଜସ୍ଥାନ

ପୂର୍ବରୁ କ୍ବାର୍ଟର ଫାଇନାଲରେ 21-14, 21-17 ସିଧାସଳଖ ଗେମରେ ଡେନମାର୍କର ମିଆ ବ୍ଲିଚଫେଲଡରଙ୍କୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ । ଦୁଇଥର ଅଲମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ଆହୁରି ଭଲ ପ୍ରସ୍ତୁତି କରି କମବ୍ୟାକ କରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି । 27 ବର୍ଷୀୟ ସିନ୍ଧୁ ଚଳିତ ବର୍ଷର ପ୍ରଥମ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । ସ୍ପେନ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ସ୍ପେନର କାରେଲିନ ମାରିନ ଓ ଜର୍ଜିଆର ମାରିସ୍କା ତୁନଜୁଙ୍କୁ ଭେଟିଥିଲେ । ମାତ୍ର ସିନ୍ଧୁଙ୍କ ଟାଇଟଲ ହାତେଇବା ସ୍ବପ୍ନ ଅଧାରେ ରହିଛି । ଦ୍ବିତୀୟ ସ୍ଥାନରେ ରହି ପିଭି ସିନ୍ଧୁ ସ୍ପେନ ମାଷ୍ଟର୍ସରେ ତାଙ୍କ ଅଭିଯାନ ସମାପ୍ତ କରିଛନ୍ତି ।

ପ୍ରକାଶଥାଉ କି, ପୁରୁଷ ଏକକରେ ଭାରତୀୟ ସଟଲର କିଦାମ୍ବ ଶ୍ରୀକାନ୍ତ କ୍ବାର୍ଟରରୁ ହାରି ବିଦାୟ ନେଇଥିଲେ । ଜାପାନର କେଣ୍ଟା ନିସିମୋତାଙ୍କ ନିକଟରୁ 18-21, 15-21 ସେଟରେ ପରାସ୍ତ ହୋଇ ଅଭିଯାନ ଶେଷ କରିଥିଲେ ।

ABOUT THE AUTHOR

...view details