ଓଡିଶା

odisha

ETV Bharat / sports

Hockey World Cup 2023: ୫-୧ ଗୋଲ୍‌ରେ ୱେଲ୍ସକୁ ପରାସ୍ତ କଲା ସ୍ପେନ୍‌ - ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ

ହକି ବିଶ୍ବକପ ୨୦୨୩ରେ ରବିବାର ୱେଲ୍ସକୁ ୫-୧ ଗୋଲ୍‌ରେ ପରାସ୍ତ କଲା ସ୍ପେନ୍‌ । ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହୋଇଥିବା ଏହି ମୁକାବିଲାରେ ପ୍ରଥମ କ୍ବାର୍ଟରରେ ଉଭୟ ଟିମ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । କିନ୍ତୁ ତୃତୀୟ କ୍ବାର୍ଟର ସୁଦ୍ଧା ଗୋଟିଏ ମଧ୍ୟ ଗୋଲ ଦେଇପାରିନଥିଲା ୱେଲ୍ସ । ଅଧିକ ପଢ଼ନ୍ତୁ

ୱେଲ୍ସକୁ ୫-୧ ଗୋଲ୍‌ରେ ପରାସ୍ତ କଲା ସ୍ପେନ୍‌
ୱେଲ୍ସକୁ ୫-୧ ଗୋଲ୍‌ରେ ପରାସ୍ତ କଲା ସ୍ପେନ୍‌

By

Published : Jan 15, 2023, 7:41 PM IST

ରାଉରକେଲା: ରାଜ୍ୟରେ ଜାରି ରହିଥିବା ହକି ବିଶ୍ବକପ-୨୦୨୩ରେ ଆଜି ମୁହାଁମୁହିଁ ହୋଇଥିଲେ ସ୍ପେନ ଓ ୱେଲ୍ସ । ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହୋଇଥିବା ଏହି ମୁକାବିଲାରେ ୱେଲ୍ସକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି ସ୍ପେନ୍‌ । ଏହା ପୂର୍ବରୁ ଗତ ୧୩ ତାରିଖରେ ୨-୦ ଗୋଲ୍‌ରେ ଭାରତ ଠାରୁ ହାରିଥିଲା ସ୍ପେନ । ତେବେ ଚଳିତ ବିଶ୍ବକପରେ ଆଜି ପ୍ରଥମ ଥର ପାଇଁ ବିଜୟର ସ୍ବାଦ ଚାଖିଛି ସ୍ପେନ । ତେବେ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ହାରିଥିବା ୱେଲ୍ସ ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ପରାଜୟ ହୋଇଛି ।

ଚଳିତ ହକି ବିଶ୍ବକପ୍‌ର ନବମ ମ୍ୟାଚ୍‌‌ରେ ରାଉରକେଲାର ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ସ୍ପେନ ଓ ୱେଲ୍ସ । ଏହି ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ ଉଭୟ ସ୍ପେନ୍‌ ଓ ୱେଲ୍‌ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ସ୍ପେନ କ୍ରମାଗତ ଭାବେ ୨ଟି ଗୋଲ ଦେଇଥିଲା । ପ୍ରଥମେ ସ୍ପେନ ଖେଳାଳି ମାର୍କ ରେନେ ୧୬ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ । ଏହାପରେ ଓ ୨୨ ମିନିଟରେ ଆଲଭାରୋ ଇଗଲେସିଆସ ଫିଲ୍ଡ ଗୋଲ ଦେଇଥିଲେ । ସେହିପରି ୩ୟ କ୍ବାର୍ଟରର ୩୨ ମିନିଟରେ ମାର୍କ ମିରାଲେସ ଏକ ପେନାଲ୍‌ଟି ଗୋଲ ଓ ୩୮ ମିନିଟରେ ପୁଣିଥରେ ମାର୍କ ରେନେ ଫିଲ୍ଡ ଗୋଲ ଦେଇ ଦଳକୁ ୪-୦ରେ ଆଗୁଆ କରାଇଥିଲେ । ଏହାପରେ ୱେଲ୍ସ ପକ୍ଷରୁ ଜେମ୍‌ସ କାରସନ୍‌ ୫୨ ମିନିଟରେ ଏକ ଗୋଲ ଦେଇ ନିଜ ଟିମ୍‌ର ସମ୍ମାନ ରଖିଥିଲେ । ତେବେ ପୁଣିଥରେ ସ୍ପେନ ପକ୍ଷରୁ ୫୬ ମିନିଟରେ ମାର୍କ ମିରାଲେସ ଏକ ଫିଲ୍ଡ ଗୋଲ ଦେଇ ନିଜ ଦଳକୁ ୫-୧ରେ ପହଞ୍ଚାଇଥିଲେ ।

ଏହା ପୂର୍ବରୁ ଗତ ୧୩ ତାରିଖରେ ଏହି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ ଓ ସ୍ପେନ ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତ ୨-୦ ଗୋଲ୍‌ରେ ସ୍ପେନକୁ ହରାଇଥିଲା । ସେହିପରି ସେହିଦିନ ଇଂଲଣ୍ଡ ହାତରୁ ୱେଲ୍ସ ୫-୦ ଗୋଲ୍‌ରେ ପରାସ୍ତ ହୋଇଥିଲା । ତେବେ ପରବର୍ତ୍ତୀ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details