ରାଉରକେଲା:ହକି ବିଶ୍ବକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ଏନେଇ ଗୋଟିଏ ପରେ ଗୋଟିଏ ଦଳ ରାଉରକେଲାରେ ପହଁଞ୍ଚିବାରେ ଲାଗିଛନ୍ତି । ଆଜି(ରବିବାର) ସ୍ପେନ ଓ ୱେଲ୍ସ ହକି ଟିମ କଡା ସୁରକ୍ଷା ବଳୟରେ ରାଉରକେଲାରେ ପହଁଞ୍ଚିଛି । ବିଶ୍ବକପ ନେଇ ସ୍ପେନ୍ ହକି ଟିମର କୋଚ କହିଛନ୍ତି ଯେ ନୂତନ ଷ୍ଟାଡିୟମରେ ବିଶ୍ବକପ ଖେଳିବା ନେଇ ଟିକିଏ ଚ୍ୟାଲେଞ୍ଜିଂ ହେବ । ଭାରତ ସହିତ ଗ୍ରୁପ D'ରେ ରହିଛନ୍ତି ସ୍ପେନ ଏବଂ ୱେଲ୍ସ । ଭାରତ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ସ୍ପେନ୍ । ଏହି ମ୍ୟାଚ ଜାନୁଆରୀ ୧୩ ତାରିଖ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ସେହିପରି ଇଂଲଣ୍ଡ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ୱେଲ୍ସ । ସେପଟେ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ଏହି ଦୁଇ ହକି ଟିମକୁ ଭବ୍ୟ ସ୍ବାଗତ କରାଯାଇଛି ।
ଗାଁ ରୁ ନେଇ ସହର ସୁବୁଠି ହକି ଫିଭର । ଏହାରି ମଧ୍ୟରେ ଓଡ଼ିଶାର ଦୁଇଟି ହକି ବିଶ୍ବକପ ଭେନ୍ୟୁ ଭୁବନେଶ୍ବର ଏବଂ ରାଉରକେଲାକୁ ଆସିବାରେ ଲାଗିଛନ୍ତି ଅଂଶଗ୍ରହଣକାରୀ ହକି ଟିମ୍ । ରାଉରକେଲାରେ ପହଞ୍ଚିଲେ ୱେଲ୍ସ ଓ ସ୍ପେନ୍ ହକି ଦଳ । ଗତକାଲି ମାଲେସିଆ ଏବଂ ନ୍ୟୁଜିଲାଣ୍ଡ ଟିମ୍ ରାଉରକେଲାରେ ପହଞ୍ଚିଥିଲା । ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ରାଉରକେଲାରେ ପହଞ୍ଚିଥିଲେ ଏହି ଦୁଇଟି ଟିମ୍ ।
ସ୍ପେନ ହକି ଟିମ ରାଉରକେଲାରେ ଖେଳାଯିବାକୁ ଥିବା ବିଶ୍ବକପରେ ଦୁଇଟି ମ୍ୟାଚ ଖେଳିବ । ସ୍ପେନ ପ୍ରଥମ ମ୍ୟାଚ ଜାନୁଆରୀ ୧୩ ତାରିଖରେ ତାରିଖରେ ଆୟୋଜକ ଟିମ୍ ଭାରତ ସହ ଖେଳିବ । ୧୫ ତାରିଖରେ ସ୍ପେନ ଦ୍ବିତୀୟ ମ୍ୟାଚ୍ ୱେଲ୍ସ୍ ସହ ଖେଳିବ । ଏହି ମ୍ୟାଚ୍ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଏନେଇ ଆଜିଠାରୁ ଅଭ୍ୟାସ କରିବାକୁ ଆସି ରାଉରକେଲାରେ ପହଞ୍ଚିଛି ସ୍ପେନ୍ ଦଳ । ହକି ବିଶ୍ବକପ ନେଇ ସ୍ପେନ୍ ଟିମର କୋଚ ମାକ୍ସିମିଲିନ କଲଡାସ କହିଛନ୍ତି "ହକି ବିଶ୍ୱକପ୍ ନେଇ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ନୂଆ ଷ୍ଟାଡିୟମ ଥିବାରୁ ମ୍ୟାଚ୍ ଟିକେ ଆହ୍ୱାନପୂର୍ଣ୍ଣ ରହିବ ।