କାଠମାଣ୍ଡୁ: ନେପାଳରେ ଖେଳାଯାଉଥିବା 13 ତମ ସାଉଥ ଏସିଆନ ଗେମ 2019ରେ ଭାରତର ପ୍ରଦର୍ଶନ ଦମଦାର ରହିଛି । ଟୁର୍ଣ୍ଣାମେଣ୍ଟରେ ଭାରତର ମୋଟ ପଦକ ସଂଖ୍ୟା 312 ହୋଇଛି । ଯାହା କି 2016 ତୁଳନାରେ ଯଥେଷ୍ଟ ଅଧିକ । ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଭାରତୀୟ ଆଥଲେଟ ।
ସାଉଥ ଏସିଆନ ଗେମ୍ସ: ଟେବୁଲ ଟପ୍ପର ହୋଇ ଟୁର୍ଣ୍ଣାମେଣ୍ଟ ଶେଷ କଲା ଭାରତ - ସାଉଥ ଏସିଆନ ଗେମ୍ସ
ନେପାଳରେ ଖେଳାଯାଉଥିବା 13 ତମ ସାଉଥ ଏସିଆନ ଗେମ 2019ରେ ଭାରତର ପ୍ରଦର୍ଶନ ଦମଦାର ରହିଛି । ଭାରତ 174ଟି ସ୍ବର୍ଣ୍ଣ, 93ଟି ରୌପ୍ୟ ଓ 45ଟି ବ୍ରୋଞ୍ଜ ପଦକ ସହ 312 ମେଡାଲ ପାଇ ଟୁର୍ଣ୍ଣାମେଣ୍ଟରେ ଯାତ୍ରା ଶେଷ କରିଛି। ଅଧିକ ପଢନ୍ତୁ...
ସାଉଥ ଏସିଆନ ଗେମ୍ସ: ଟେବୁଲ ଟପ୍ପର ହୋଇ ଟୁର୍ଣ୍ଣାମେଣ୍ଟ ଶେଷ କଲା ଭାରତ
ଭାରତର ପଦକରେ ମୋଟ 174ଟି ସ୍ବର୍ଣ୍ଣ, 93ଟି ରୌପ୍ୟ ଓ 45ଟି ବ୍ରୋଞ୍ଜ ପଦକ ସାମିଲ ରହଛି । ସେହିପରି ଆୟୋଜକ ନେପାଳ 51 ସ୍ବର୍ଣ୍ଣ, 60 ରୌପ୍ୟ ଓ 95 ବ୍ରୋଞ୍ଜ ପଦକ ସହ ମୋଟ 206ଟି ହାସଲ କରି ତାଲିକାର 2ୟରେ ରହିଛି । ଶ୍ରୀଲଙ୍କା 40 ସ୍ବର୍ଣ୍ଣ, 83 ରୌପ୍ୟ, 128 ବ୍ରୋଞ୍ଜ ସହ ମୋଟ 251 ପଦକ ହାସଲ କରି 3ୟ ସ୍ଥାନରେ ରହିଛି ।
ଭାରତୀୟ ଖେଳାଳିଙ୍କ ଏଭଳି ସ୍ବର୍ଣ୍ଣିମ ପ୍ରଦର୍ଶନରେ ଦେଶବ୍ୟାପୀ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଭାରତୀୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ କରାଯାଇ ଗର୍ବିତ ବୋଲି କୁହାଯାଇଛି ।