ଓଡିଶା

odisha

ETV Bharat / sports

ଏସିଆନ୍‌ ବକ୍ସିଂ ଚମ୍ପିଆନସିପ: ଫାଇନାଲ୍‌ରେ 6 ଭାରତୀୟ

ଗୁରୁବାର ଭାରତୀୟ ବକ୍ସିଂ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ ସାବ୍ୟସ୍ତ ହୋଇଛି । କାବିନ୍ଦର ବିଷ୍ଟଙ୍କ ସହିତ ଅନ୍ୟ 5 ଭାରତୀୟ ବକ୍ସର ଭିନ୍ନ ଭିନ୍ନ ଓଜନ ବର୍ଗରେ ଫାଇନାଲରେ ପ୍ରବେଶ କରିଛନ୍ତି ।

By

Published : Apr 25, 2019, 11:34 PM IST

ଫଟୋ ସୈାଜନ୍ୟ: ସୋସିଆଲ୍‌ ମିଡିଆ

ବ୍ୟାଙ୍କକ: ଭାରତୀୟ ବକ୍ସିଂ ପାଇଁ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ଦିନ ସାବ୍ୟସ୍ତ ହୋଇଛି । ଦମଦାର ପ୍ରଦର୍ଶନ ବଳରେ କାବିନ୍ଦର ବିଷ୍ଟଙ୍କ ସହିତ ଅନ୍ୟ 5 ଭାରତୀୟ ବକ୍ସର ଭିନ୍ନ ଭିନ୍ନ ଓଜନ ବର୍ଗରେ ଫାଇନାଲରେ ପ୍ରବେଶ କରିଛନ୍ତି ।

ଦିପକ ସିଂହ (49 କେଜି) ବର୍ଗ, ଆଶିଷ କୁମାର (75 କେଜି) ବର୍ଗରେ ଫାଇନାଲରେ ପହଞ୍ଚିଛନ୍ତି । ସେହିପରି ଅମିତ ପଙ୍ଘଲ୍‌(52କେଜି) ବର୍ଗରେ ଓ କାବିନ୍ଦର ବିଷ୍ଟ (56କେଜି) ବର୍ଗରେ ପୂର୍ବରୁ ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ପଙ୍ଘଲ୍‌ ଚାଇନା ବକ୍ସର ହୁ ୟିନାଗୁଆଁ ଙ୍କୁ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ କରିଦେଇଥିଲେ । ଆରମ୍ଭରୁ ପ୍ରଭାବ ବିସ୍ତାର କରି ମ୍ୟାଚକୁ ପଙ୍ଘଲ୍‌ ଏକପାଖିଆ ଜିତିନେଇଥିଲେ ।

ଅନ୍ୟପକ୍ଷରେ ବିଷ୍ଟ ତାଙ୍କ ମଙ୍ଗୋଲିୟନ ପ୍ରତିଦ୍ବନ୍ଦ୍ବୀ ଇନଖ ଅମର ଖାଖୁଙ୍କ ମଧ୍ୟରେ ଘମାଘୋଟ ଖେଳ ଦେଖିବାକୁ ମିଳିଥିଲା । ଏହି ଚିତାକର୍ଷକ ମ୍ୟାଚ୍‌ର ଶେଷରେ 3-2 ପଏଣ୍ଟରେ ବିଷ୍ଟ ବିଜୟୀ ହୋଇଥିଲେ ।

ଅନ୍ୟଏକ ମ୍ୟାଚ୍‌ରେ ଇରାନର ବକ୍ସର ସେୟେଦ୍ସାହିନ ମୌସଭିଙ୍କ ସହ ଆଶିଷ କୁମାରଙ୍କ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ପ୍ରଥମ ରାଉଣ୍ଡରେ ସାମାନ୍ୟ ପଛରେ ଥିବା ଆଶିଷ ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ କାଉଣ୍ଚର ଆଟାକ୍‌ କରିଥିଲେ । ପ୍ରତିପକ୍ଷକୁ ମାତ୍‌ ଦେଇ ଶେଷରେ ବିଜୟୀ ହୋଇଥିଲେ ।

ମହିଳାଙ୍କ ମଧ୍ୟରେ ମନିଷା ତାଇୱାନ ବକ୍ସର ହୁଆଂ ହାସିୱେନଙିକ ଠାରୁ 60 କେଜି ବର୍ଗରେ ପରାଜିତ ହୋଇଛନ୍ତି ।

For All Latest Updates

ABOUT THE AUTHOR

...view details