ସିଙ୍ଗାପୁର:କୋରୋନା ଭାଇରସ କଟକଣା କାରଣରୁ ବାତିଲ ହେଲା ଫର୍ମୁଲା ୱାନର ଚଳିତ ବର୍ଷର ସିଙ୍ଗାପୁର ଗ୍ରାଣ୍ଡ ପ୍ରିକ୍ସ । ଏହି ମେଗା ଇଭେଣ୍ଟ ବାତିଲ ନେଇ ସ୍ଥାନୀୟ ଆୟୋଜକ କମିଟି ଘୋଷଣା କରିଛି ।
"ଦ୍ବିତୀୟ ବର୍ଷ ପାଇଁ ଇଭେଣ୍ଟ ବାତିଲ କରିବା ନିଷ୍ପତ୍ତି କଷ୍ଟକର ଥିଲା । ମାତ୍ର ସିଙ୍ଗାପୁରରେ ଲାଗୁଥିବା କଟକଣାକୁ ଦୃଷ୍ଟିରେ ରଖି ଏହା ସମ୍ଭବପର ନୁହେଁ ।" ଏହା କହିଛନ୍ତି, ସିଙ୍ଗାପୁର ଜିପି ପିଟିଇ ଲିମିଟେଡର ଡେପୁଟି ଚେୟାରପର୍ସନ କଲିନ ସିନ ।