ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତକୁ ମିଳିଲା ଆଉ ଏକ ପଦକ । ୪୮ କେଜି ମହିଳା ବର୍ଗର ଜୁଡୋ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି ସୁଶୀଳା ଦେବୀ । ଏହା ତାଙ୍କ କ୍ୟାରିଅରର ଦ୍ବିତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ । ଏହାପୂର୍ବରୁ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସୁଶୀଳା ଦେବୀ ପଦକ ହାସଲ କରିଥିଲେ । ଏହି ରୌପ୍ୟ ପଦକକୁ ମିଶାଇ ଭାରତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୋଟ ୭ଟି ପଦକ ହାସଲ କରିଛି ।
CWG 2022: ଆଉ ଏକ ପଦକ, ଜୁଡୋ ଇଭେଣ୍ଟରେ ରୌପ୍ୟ ଜିତିଲେ ସୁଶୀଳା ଦେବୀ - ରୌପ୍ୟ ପଦକ ଜିତିଲେ ସୁଶୀଳା ଦେବୀ
୪୮ କେଜି ମହିଳା ବର୍ଗର ଜୁଡୋ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି ସୁଶୀଳା ଦେବୀ । ଏହି ରୌପ୍ୟ ପଦକକୁ ମିଶାଇ ଭାରତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୋଟ ୭ଟି ପଦକ ହାସଲ କରିଛି । ଅଧିକ ପଢନ୍ତୁ
![CWG 2022: ଆଉ ଏକ ପଦକ, ଜୁଡୋ ଇଭେଣ୍ଟରେ ରୌପ୍ୟ ଜିତିଲେ ସୁଶୀଳା ଦେବୀ CWG 2022: ଆଉ ଏକ ପଦକ, ଜୁଡୋ ଇଭେଣ୍ଟରେ ରୌପ୍ୟ ଜିତିଲେ ସୁଶୀଳା ଦେବୀ](https://etvbharatimages.akamaized.net/etvbharat/prod-images/768-512-15988355-thumbnail-3x2-sushila-devi.jpg)
CWG 2022: ଆଉ ଏକ ପଦକ, ଜୁଡୋ ଇଭେଣ୍ଟରେ ରୌପ୍ୟ ଜିତିଲେ ସୁଶୀଳା ଦେବୀ
ଫାଇନାଲ୍ ମ୍ୟାଚ୍ରେ ସୁଶୀଳା ଦକ୍ଷିଣ ଆଫ୍ରିକାର ମାଇକେଲା ହ୍ବାଇଟବୁଇଙ୍କଠାରୁ ହାରିଛନ୍ତି ମାତ୍ ଦେଇଛନ୍ତି । ମ୍ୟାଚ୍ ଆରମ୍ଭରୁ ହିଁ ସୁଶୀଳା ଦେବୀଙ୍କ ଉପରେ ଦବଦାବ ଜାହିର କରିଥିଲେ ହ୍ବାଇଟବୁଇ । ଫଳରେ ମ୍ୟାଚ୍କୁ ଫେରି ପାରିନଥିଲେ ମାଇକେଲା ସୁଶୀଳା । ଶେଷରେ ଏହି ଇଭେଣ୍ଟରେ ଭାରତକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।