ନୂଆଦିଲ୍ଲୀ:ସଟ୍ଗନ ବିଶ୍ବକପରେ ବ୍ରୋଞ୍ଜ ଜିତିଲା ଭାରତ । କାଇରୋରେ ଖେଳାଯାଉଥିବା ସଟଗନ ବିଶ୍ବକପରେ ଶୁକ୍ରବାର ଭାରତୀୟ ସ୍କିଟ ଟିମ ଅଙ୍ଗଦବୀର ସିଂହ ବଜୱା, ମେଇରାଜ ଅହମ୍ମଦ ଖାନ ଓ ଗୁରଜୋତ ଖାଙ୍ଗୁରା, କାଜାଖିସ୍ତାନକୁ 6-2ରେ ହରାଇ ଦଳଗତ ଭାବେ ବ୍ରୋଞ୍ଜ ପଦକ ବିଜେତା ହୋଇଛି ।
ଏକକ ବର୍ଗରେ ଭାରତୀୟ ସୁଟରଙ୍କ ପ୍ରଦର୍ଶନ ପ୍ରଭାବୀ ହୋଇପାରିନଥିଲା । ତେବେ ଚଳିତ ସିଜିନର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ବ୍ରୋଞ୍ଜ ଜିତିଥିବାରୁ ସାମାନ୍ୟ ଆସ୍ବସ୍ଥିକର ହୋଇଛି ।