ଓଡିଶା

odisha

ETV Bharat / sports

Asian Games 2023: ମହିଳା ସଟପୁଟରେ କିରଣଙ୍କୁ ବ୍ରୋଞ୍ଜ, 72 ବର୍ଷ ପରେ ଭାରତକୁ ମିଳିଲା ପଦକ

ଏସୀୟ କ୍ରୀଡାରେ ମହିଳା ସଟପୁଟରେ 72 ବର୍ଷ ପରେ ପଦକ ହାସଲ କଲା ଭାରତ । ସଟପୁଟରେ ବ୍ରୋଞ୍ଜ ଜିତିଲେ କିରଣ ବାଲିୟାନ । ଅଧିକ ପଢନ୍ତୁ

Shot putter Kiran Baliyan
Shot putter Kiran Baliyan

By ETV Bharat Odisha Team

Published : Sep 30, 2023, 7:37 AM IST

ହାଙ୍ଗଝୌ: 19 ତମ ଏସୀୟ କ୍ରୀଡାରେ ଭାରତୀୟ ଖେଳାଳୀଙ୍କ ସଫଳତା ଜାରି ରହିଛି । ଶୁକ୍ରବାର ଏସୀୟ କ୍ରୀଡାରେ ଦୌଡକୁଦ ଆରମ୍ଭ ହୋଇଛି । ଏଥିରେ ଭାରତକୁ ଗୋଟିଏ ପଦକ ମିଳିଛି । ସଟପୁଟରେ ବ୍ରୋଞ୍ଜ ପଦକ ହାସଲ କରି ଇତିହାସ ରଚିଛନ୍ତି କିରଣ ବାଲିୟାନ। ମହିଳା ସଟଫୁଟରେ ପଦକ ଜିତିବାରେ ପ୍ରଥମ ଆଥଲେଟ ହୋଇପାରିଛନ୍ତି କିରଣ । ସେ ତୃତୀୟ ପ୍ରୟାସରେ 17.36 ମିଟର ସଟଫୁଟ ଥ୍ରୋ କରି ସେ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ହାସଲ କରିଛନ୍ତି ଚୀନର ଲିଜିଆଓ ଏବଂ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ଜିତିଛନ୍ତି ଜିଆୟୁଆନ ସଙ୍ଗ । ଭାରତର ମନପ୍ରୀତ କୌର 16.25 ମିଟର ସଟଫୁଟ ଥ୍ରୋ କରି ପଞ୍ଚମ ସ୍ଥାନରେ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ-Asian Games 2023: 50 ବର୍ଷ ପରେ ଶ୍ରେଷ୍ଠ ସ୍ଥାନରେ ଭାରତ, ପଦକ ସଂଖ୍ୟା 32 ଛୁଇଁଲା

ଦୀର୍ଘ 72 ବର୍ଷ ପରେ ଏସୀୟ କ୍ରୀଡାର ଦୌଡକୁଦର ମହିଳା ସଟପୁଟ ଇଭେଣ୍ଟରେ ପଦକ ହାସଲ କରିଛି ଭାରତ । କିରଣଙ୍କ ଏହି ସଫଳତା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ଏସୀୟ କ୍ରୀଡାରେ ଭାରତୀୟଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । ସଟପୁଟ ଇଭେଣ୍ଟରେ କିରଣ ବାଲିୟାନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା । ତାଙ୍କର ଏହି ସଫଳତା ଦେଶବାସୀଙ୍କ ପାଇଁ ଖୁସି ଆଣିଦେଇଛି ।

କିରଣ ବାଲିୟାନ ବ୍ରୋଞ୍ଜ ପଦକ ହାସଲ ପରେ ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା 33ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ଭାରତ ଜାତିଥିବା ପଦକରେ 8ଟି ସ୍ବର୍ଣ୍ଣ, 12ଟି ରୌପ୍ୟ ଓ 13ଟି ବ୍ରୋଞ୍ଜ୍‌ ପଦକ ରହିଛି । ଆଗାମୀ ଦିନରେ ପଦକ ସଂଖ୍ୟା ଆହୁରି ମଧ୍ୟ ବୃଦ୍ଧି ପାଇବ । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଚୀନ 200 ପଦକ ସହ ପ୍ରଥମ , ଜାପାନ 99 ପଦକ ସହ ଦ୍ବିତୀୟ ଓ ଦକ୍ଷିଣ କୋରିଆ 102 ପଦକ ସହ ତୃତୀୟ ସ୍ଥାନରେ ରହିଛି ।

ଶୁକ୍ରବାର ଏସୀୟ କ୍ରୀଡ଼ାରେ ସୁଟିଂରେ ପୁରୁଷ 50 ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ଭାରତ । ଏହା ସହିତ ମହିଳା 10 ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ ଭାରତୀୟ କ୍ରୀଡ଼ାବିତ୍‌ । ସେହିପରି ସ୍କ୍ବାଶ୍‌ ସେମିଫାଇନାଲ ଖେଳୁଥିବା ଭାରତୀୟ ମହିଳା ଦଳ କାଂସ୍ୟ ପଦକ ହାସଲ କରିଥିଲେ ।

ABOUT THE AUTHOR

...view details