ଓଡିଶା

odisha

ETV Bharat / sports

ସୁଟିିଂ ବିଶ୍ବକପରେ କୋରାନା, ଦୁଇ ଭାରତୀୟ ସୁଟର ପଜିଟିଭ ଚିହ୍ନଟ - ସୁଟିିଂ ବିଶ୍ବକପରେ କୋରାନା

ସୁଟିିଂ ବିଶ୍ବକପରେ କୋରାନା । ଦୁଇ ଜଣ ଭାରତୀୟ ସୁଟର ଓ ଜଣେ ଅନ୍ତର୍ଜାତୀୟ ସୁଟର କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

Shooting World Cup: Two Indian shooter test positive for COVID-19
ସୁଟିିଂ ବିଶ୍ବକପରେ କୋରାନା, ଦୁଇ ଭାରତୀୟ ସୁଟର ପଜିଟିଭ ଚିହ୍ନଟ

By

Published : Mar 20, 2021, 8:37 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୁଟିଂ ଫେଡେରେସନ(ISSF)ରାଇଫଲ/ପିସ୍ତଲ/ସଟଗନ୍‌ ବିଶ୍ବକପ ଆରମ୍ଭରୁ ଝଟକା । ଦୁଇ ଜଣ ଭାରତୀୟ ସୁଟର ଓ ଜଣେ ଅନ୍ତର୍ଜାତୀୟ ସୁଟର କୋରୋନା ପଜିଟିଭ ଚିହ୍ନଟ ହେବା ଆୟୋଜକଙ୍କ ପାଇଁ ଚିନ୍ତା ବଢାଇଛି। ଶୁକ୍ରବାର ଠାରୁ ନୂଆଦିଲ୍ଲୀର ଡକ୍ଟର କରଣୀ ସିଂହ ସୁଟିଂ ରେଞ୍ଜରେ ଆରମ୍ଭ ହୋଇଛି ଏହି ମେଗା ଇଭେଣ୍ଟ ।

କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଆଥଲେଟଙ୍କ ରୁମମେଟଙ୍କୁ ଆଇସୋଲେସନରେ ରଖାଯାଇଛି । ଦୁଇ ଭାରତୀୟ ସୁଟର କ୍ବାରେଣ୍ଟିନରେ ରଖାଯାଇଛି । ତେବେ ସେମାନଙ୍କର ସାଥୀ ଖେଳାଳିଙ୍କୁ ରିପୋର୍ଟ ନେଗେଟିଭ ରହିଛି ।

ଉଭୟ ଭାରତୀୟ ସୁଟର 10 ମିଟର ଏୟାର ପିସ୍ତଲ ବର୍ଗର ବୋଲି ଜଣାପଡିଛି । ଦୁଇ ଭାରତୀୟ ସୁଟରଙ୍କ କୋଭିଡ-19 ପଜିଟିଭ ଚିହ୍ନଟ ଥିବା ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍‌ ଇଣ୍ଡିଆ ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details