ଜୟପୁର: ନିକଟରେ ଶେଷ ହୋଇଥିବା ପାରାଲମ୍ପିକ୍ ଖେଳରେ ଦେଶ ପାଇଁ ପଦକ ଜିତିଥିବା ରାଜସ୍ଥାନର ଝିଅ ଅବନୀ ଲେଖାରାଙ୍କ(Avni Lakhera) ପାଇଁ ଫ୍ରାନ୍ସରେ ଆୟୋଜିତ ହେଉଥିବା ସୁଟିଂ ୱାର୍ଲ୍ଡ କପ୍ରେ (Shooting World Cup) ଖେଳିବା ମୁସ୍କିଲ ହୋଇଥିଲା । ତେବେ ଟ୍ବିଟ୍ରରେ ସହଯୋଗ ପାଇଁ ନିବେଦନ ପରେ ଅବନୀଙ୍କ ସମସ୍ୟାର ସମାଧାନ ହୋଇଛି । ଭିସା କ୍ଳିଅର ହୋଇଥିବା ଭାରତୀୟ କ୍ରୀଡା ପ୍ରାଧୀକରଣ ଟ୍ବିଟ୍ କରି ସ୍ପଷ୍ଟ କରିଛି । ଫଳରେ ରବିବାର ଅବନୀ ମାଆଙ୍କ ସହିତ ଫ୍ରାନ୍ସ ଯାତ୍ରା କରୁଥିବା ସୂଚନା ଦେଇଛନ୍ତି ।
Shooting World Cup: ସୁଟର ଅବନୀଙ୍କୁ ମିଳିଲା ଭିସା - ସୁଟର ଅବନୀ ଲେଖାରା
ନିକଟରେ ଶେଷ ହୋଇଥିବା ପାରାଲାମ୍ପିକ୍ ଖେଳରେ ଦେଶ ପାଇଁ ପଦକ ଜିତିଥିବା ରାଜସ୍ଥାନର ଝିଅ ଅବନୀ ଲେଖାରାଙ୍କ (Avni Lakhera) ପାଇଁ ଭିସା କ୍ଳିଅର ନ ହୋଇଥିବାରୁ ଫ୍ରାନ୍ସରେ ଆୟୋଜିତ ହେଉଥିବା ସୁଟିଂ ୱାର୍ଲ୍ଡ କପ୍ରେ(Shooting World Cup) ଖେଳିବା ମୁସ୍କିଲ ହୋଇଥିଲା । ଅଧିକ ପଢନ୍ତୁ
ଅବନୀଙ୍କ ମାଆ ଓ କୋଚ୍ଙ୍କୁ ଭିସା ମିଳିନଥିବାରୁ ସେ ଫ୍ରାନ୍ସରେ ହେବାକୁ ଥିବା ସୁଟିଂ ବିଶ୍ବକପରେ ଅଂଶଗ୍ରହଣ କରିବା ନେଇ ଆଶଙ୍କା ପ୍ରକାଶ କରିଥିଲେ । ଏପରିକି ଅବନୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଦୁଃଖ ପ୍ରକାଶ କରିଥିଲେ । ମାଆ ଶ୍ବେତା ଓ କୋଚ୍ ରାକେଶ ମନପତଙ୍କୁ ଭିସା ରିଲିଜ ହୋଇପାରିନାହିଁ ବୋଲି କହିଥିଲେ ।
ଜୁନ୍ ୭ରେ ଗୁରୁତ୍ବପୂର୍ଣ୍ଣ ମୁକାବିଲା ରହିଥିବା କହିଥିଲେ ଅବନୀ । ଟ୍ବିଟ୍ରେ ଏହା ଲେଖିବା ସହ ସାହାଯ୍ୟ ଭିକ୍ଷା କରିଥିଲେ ଅବନୀ । ଫ୍ରାନ୍ସରେ ସୁଟିଂ ବିଶ୍ବକପ ହେବାକୁ ଯାଉଛି ଓ ଏଥିରେ ଭାରତୀୟ ଟିମ ମଧ୍ୟ ଅଂଶଗ୍ରହଣ କରୁଛି । ଅବନୀଙ୍କ ମାଆ ଶ୍ବେତା କେୟାରଟେକର ଭାବେ ପ୍ରତି ଟୁର୍ଣ୍ଣାମେଣ୍ଟରେ ଅବନୀଙ୍କ ସହିତ ଉପସ୍ଥିତ ରହିଥାନ୍ତି । ମାତ୍ର ତାଙ୍କର ଭିସା କ୍ଳିଅର ହୋଇପାରିନଥିଲା ।