ଓଡିଶା

odisha

By

Published : Mar 11, 2020, 7:22 PM IST

ETV Bharat / sports

ଜାଭଲିନ ଥ୍ରୋରେ ଭାରତକୁ 2ୟ ଅଲମ୍ପିକ କୋଟା

ନୀରଜ ଚୋପ୍ରାଙ୍କ ପରେ ଶିବପାଲ ସିଂ ଦ୍ବିତୀୟ ଭାରତୀୟ ଭାବେ ଟୋକିଓ ଅଲିମ୍ପିକ୍ କୋଟା ହାସଲ କରିଛନ୍ତି । ଅଧିକ ପଢନ୍ତୁ...

Shivpal Singh 2nd javelin thrower after Neeraj Chopra to qualify for Tokyo Olympics
ଜାଭଲିନରେ ଭାରତକୁ 2ୟ ଅଲମ୍ପିକ କୋଟା

ନୂଆଦିଲ୍ଲୀ: ଜାଭଲିନ ଥ୍ରୋରେ ଭାରତକୁ 2ୟ ଅଲମ୍ପିକ କୋଟା । ଟୋକିଓ ଅଲିମ୍ପିକ୍ ଗେମ୍ସ ପାଇଁ ନୀରଜ ଚୋପ୍ରାଙ୍କ ପରେ ଶିବପାଲ ସିଂ ଦ୍ବିତୀୟ ଭାରତୀୟ ଭାବେ ଏହି କୋଟା ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକାର ପୋଟଫେଷ୍ଟରୁମରେ ଚାଲିଥିବା ACNW ଲିଗ୍ ମିଟିଂରେ ସେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି ।

ଜାଭଲିନରେ ଭାରତକୁ 2ୟ ଅଲମ୍ପିକ କୋଟା

ଗତକାଲି (ମଙ୍ଗଳବାର) ଶିବପାଲ ନିଜର ପ୍ରଥମ ତିନୋଟି ଥ୍ରୋ ସହିତ 80 ମିଟର ମାର୍କ ଅତିକ୍ରମ କରିବାରେ ବିଫଳ ହେବା ପରେ ପଞ୍ଚମ ପ୍ରୟାସରେ 85.47 ମିଟର ଥ୍ରୋ କରିଥିଲେ । ଯେତେବେଳେ କି ଯୋଗ୍ୟତା ମାର୍କ 85 ମିଟର ମାର୍କ ଥିଲା | ତେବେ ଏନେଇ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜ୍ଜୁ ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ଗତ ବର୍ଷ ଦୋହାରେ ଚାଲିଥିବା ଏସିଆ ଚମ୍ପିଆନସିପର ରୌପ୍ୟ ପଦକ ବିଜେତା ଶିବପାଲଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ରେକର୍ଡ 86.23 ମିଟର ରହିଛି । ସେ ଓସଲୋ ଲେଗ (ନରୱେ)ରେ ଅନୁଷ୍ଠିତ ହୋଇଥିବା ଡାଇମଣ୍ଡ ଲିଗରେ ମଧ୍ୟ ଭାଗ ନେଇଥିଲେ । ଯେଉଁଠାରେ ସେ 80.87 ମିଟର ଥ୍ରୋ କରି ଅଷ୍ଟମ ସ୍ଥାନ ହାସଲ କରିଥିଲେ ।

ଗତ ମାସରେ, ନୀରଜ ଚୋପ୍ରା ଟୁର୍ଣ୍ଣାମେଣ୍ଟରେ 87.86 ମିଟର ଥ୍ରୋ କରି ପ୍ରଥମ ଅଲିମ୍ପିକ୍ କୋଟା ସିଲ୍ କରିଥିଲେ | ଅଲିମ୍ପିକ୍ ଗେମ୍ସ ଜୁଲାଇ 24 ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details